ପାର୍ବଣ ଶପିଙ୍ଗ୍‌ରେ ସୋସିଆଲ ମିଡିଆର ପ୍ରଭାବ

ନୂଆଦିଲ୍ଲୀ,୯।୧୦: ଚଳିତ ପାର୍ବଣ ଋତୁରେ ବ୍ୟବସାୟ ବୃଦ୍ଧି ପାଇଁ ଉଭୟ ଇ କମର୍ସ ଓ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଶପରମାନେ ସୋସିଆଲ ମିଡିଆକୁ ବେଶ୍‌ ଗୁରୁତ୍ୱ ଦେଇଥିଲେ। ଏପରିକି ଏଆଇ, କୁଇକ୍‌ କମର୍ସ, ମାଇକ୍ରୋ-ଇନ୍‌ଫ୍ଲୁଏନ୍ସର ଓ ଆଞ୍ଚଳିକ ଭାଷା କଣ୍ଟେଣ୍ଟ ଦ୍ୱାରା ସେମାନଙ୍କର ବ୍ୟବସାୟ ବା ପାର୍ବଣ ଶପିଙ୍ଗ୍‌ ବେଶ୍‌ ତ୍ୱରାନ୍ବିତ ହୋଇଛି ବୋଲି ମେଟା ପକ୍ଷରୁ କୁହାଯାଇଛି। ସେହିଭଳି ସମ୍ପୂର୍ଣ୍ଣ ଉତ୍ସାହ ସହ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ ମେଟା ପକ୍ଷରୁ ପ୍ରଚଳିତ ଫେଷ୍ଟିଭ ଟ୍ରେଣ୍ଡ ଉପରେ ବ୍ରାଣ୍ଡ୍‌ ଅଧ୍ୟୟନର ତଥ୍ୟଗୁଡିକୁ ନିକଟରେ ଅନାବରଣ (ଉନ୍ମୋଚନ) କରାଯାଇଛି। ଏପରିକି ମେଟା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏବଂ ୨୦୨୪ ସେପ୍ଟେମ୍ବରରେ ଅଗ୍ରଣୀ ଉପଭୋକ୍ତା ଅନୁସନ୍ଧାନ ପ୍ଲାଟ୍‌ଫର୍ମ କଞ୍ଜ୍ୟୁମର ଇନ୍‌ସାଇଟ ପ୍ଲାଟ୍‌ଫର୍ମ ଜିଡବ୍ଲ୍ୟୁଆଇ ଦ୍ୱାରା ପରିଚାଳନା କରାଯାଇଥିବା ଏହି ଅଧ୍ୟୟନ ଚଳିତ ବର୍ଷର ପାର୍ବଣ ଶପିଙ୍ଗ୍‌ ଟ୍ରେଣ୍ଡ ଉପରେ ଆଲୋକପାତ କରିଛି।
ଏ ନେଇ ମେଟାର ଆଡ୍‌ସ ବିଜ୍‌ନେସ୍‌ (ଇଣ୍ଡିଆ) ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟ ଅରୁଣ ଶ୍ରୀନିବାସ କହିଛନ୍ତି, ଭାରତରେ ପାର୍ବଣ ଶପିଙ୍ଗ୍‌ ଟ୍ରେଣ୍ଡ ଏକ ନାଟକୀୟ ପରିବର୍ତ୍ତନର ସମ୍ମୁଖୀନ ହେଉଥିବାବେଳେ ଏଆଇ, କୁଇକ୍‌ କମର୍ସର ଗ୍ରହଣୀୟତା, ମାଇକ୍ରୋ ଇନ୍‌ଫ୍ଲୁଏନ୍ସରଙ୍କ ବୃଦ୍ଧି ଓ ଆଞ୍ଚଳିକ ଭାଷାର କଣ୍ଟେଣ୍ଟ ପାର୍ବଣ କ୍ରୟଗୁଡିକୁ ପ୍ରଭାବିତ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଏହି ଅଧ୍ୟୟନ ସ୍ପଷ୍ଟ ଭାବେ ଦର୍ଶାଇଛି। ଅପରପକ୍ଷରେ ଇ- କମର୍ସ ବୃଦ୍ଧି ପାଉଛି ଓ କୁଇକ୍‌ କମର୍ସ ନୂତନ ବର୍ଗଗୁଡିକୁ ସମ୍ପ୍ରସାରିତ ହେଉଛି ଏବଂ ଇଲେକ୍‌ଟ୍ରୋନିକ୍ସ କ୍ରୟ କରୁଥିବା ପ୍ରତି ୪ ରୁ ଜଣେ ଗ୍ରାହକ ଓ ପର୍ସନାଲ କେୟାର କ୍ରୟ କରୁଥିବା ପ୍ରତି ୩ରୁ ଜଣେ ଗ୍ରାହକ କୁଇକ୍‌ କମର୍ସ ମାଧ୍ୟମରେ ଉପତ୍ାଦ କ୍ରୟ କରୁଛନ୍ତି। ଚଳିତ ବର୍ଷ ୫୦%ରୁ ଅଧିକ ଫେଷ୍ଟିଭ ସିଜନ ଶପରମାନେ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡିକ ମାଧ୍ୟମରେ ଅଧିକ କ୍ରୟ କରିବା ପାଇଁ ଆଶା ରଖିଛନ୍ତି। ଏପରିକି ପାର୍ବଣ କ୍ରୟଗୁଡିକୁ ପରିଚାଳନା କରିବା କ୍ଷେତ୍ରରେ ୧୦,୦୦୦ରୁ ୧ ଲକ୍ଷ ଫଲୋଅର ଥିବା ମାଇକ୍ରୋ ଇନ୍‌ଫ୍ଲୁଏନ୍ସରମାନେ ବେଶ୍‌ ସକ୍ରିୟ ଥିଲାବେଳେ ୧ଲକ୍ଷରୁ ୧ମିଲିୟନ ଫଲୋଅର ଥିବା ମାକ୍ରୋ ଇନ୍‌ଫ୍ଲୁଏନ୍ସରଙ୍କ ଭଳି ସେମାନେ ମଧ୍ୟ ପ୍ରଭାବଶାଳୀ ହୋଇଛନ୍ତି। ପାର୍ବଣ ଋତୁ ସମୟରେ ବ୍ରାଣ୍ଡ, ଡିଲ୍‌ ଓ ସେଲ୍‌ସ ଇଭେଣ୍ଟଗୁଡିକର ଅନ୍ବେଷଣ କରିବା ପାଇଁ ଇନ୍‌ଫ୍ଲୁଏନ୍ସରଙ୍କ ଉପରେ ନିର୍ଭର କରୁଥିବା ଶପରଙ୍କ ମଧ୍ୟରୁ ୪୦% ଉପଭୋକ୍ତା ମାଇକ୍ରୋ-ଇନ୍‌ଫ୍ଲୁଏନ୍ସରଙ୍କ ଦ୍ୱାରା ନିର୍ଭରଶୀଳ ଥିଲାବେଳେ ୩୯% ମାକ୍ରୋ-ଇନ୍‌ଫ୍ଲୁଏନ୍ସରଙ୍କ ଦ୍ୱାରା ଓ ୨୩% ନାନୋ-ଇନ୍‌ଫ୍ଲୁଏନ୍ସରଙ୍କ (୧୦,୦୦୦ରୁ କମ ଫଲୋଅର୍ସ) ଦ୍ୱାରା ପ୍ରଭାବିତ ହେଉଛନ୍ତି ବୋଲି ଉକ୍ତ ଅଧ୍ୟୟନରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ଜିଲାରେ ଖୋଲିବ ୩୦୦ନୂଆ ପୋଷ୍ଟ ଅଫିସ

ଭୁବନେଶ୍ୱର,୧୦।୧୦: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଡାକ ବିଭାଗ ପକ୍ଷରୁ ନ୍ୟାଶନାଲ ପୋଷ୍ଟାଲ ଉଇକ୍‌ (ଜାତୀୟ ଡାକ ସପ୍ତାହ)...

‘ହ୍ବାଟ୍ସଆପ୍‌’ରେ ନିଜର ସିକ୍ରେଟ୍‌ ଚାଟ୍‌କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି…

ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍‌’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ...

ଆଦାନୀ-ଅମ୍ବାନୀଙ୍କ ଠାରୁ ରତନ ଟାଟାଙ୍କର ଥିଲା କମ୍‌ ସମ୍ପତ୍ତି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟାଟା ଗ୍ରୁପର ପୂର୍ବ ଚେୟାରମ୍ୟାନ ରତନ ଟାଟାଙ୍କର ମୃତ୍ୟୁ ହୋଇଛି। ୮୬ବର୍ଷରେ ତାଙ୍କ ପରଲୋକ ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ସବୁଠାରୁ ପୁରୁଣା...

ଅଟଳ ପେନସନ ଯୋଜନା: ସାମିଲ ହେଲେଣି ୫୬ ଲକ୍ଷ  ଲୋକେ, ଜାଣନ୍ତୁ ଏହାର ଲାଭ, କିଭଳି କରିବେ ଆବେଦନ 

ନୂଆଦିଲ୍ଲୀ,୧୦।୧୦: ଅବସର ପରେ ସମ୍ମୁଖୀନ ହେଉଥିବା ଆର୍ଥିକ ଆହ୍ବାନର ମୁକାବିଲା ଲାଗି ପେନସନ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର ଏହାକୁ ବୁଝନ୍ତି ଏବଂ ସେଥିଲାଗି ଅନେକ...

ସବୁଠୁ ବଡ଼ ଦାନବୀର, ରୋଜଗାରର ୭୦ ଭାଗ ଦାନ ଦେଉଥିଲେ ରତନ ଟାଟା

ନୂଆଦିଲ୍ଲୀ,୧୦।୧୦: ଆଉ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା । ୮୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ରତନ ଟାଟା ଜଣେ...

ବିଶ୍ୱ ବାଣିଜ୍ୟ ମେଳାରେ ଭାଗନେବ ବେଦାନ୍ତ ଆଲୁମିନିୟମ

ନୂଆଦିଲ୍ଲୀ,୧୦।୧୦: ଚଳିତ ବର୍ଷ ଜର୍ମାନୀର ଡସେଲଡର୍ଫଠାରେ ହେବାକୁ ଥିବା ଆଲୁମିନିୟମ-୨୦୨୪ ବିଶ୍ୱ ବାଣିଜ୍ୟ ମେଳାରେ ବେଦାନ୍ତ ଆଲୁମିନିୟମ ଭାଗ ନେବାକୁ ଯାଉଛି। ଏପରିକି କମ୍ପାନୀ ଏହି...

ଭାଇରାଲ ହେଉଛି ରତନ ଟାଟାଙ୍କ ଶେଷ ସୋସିଆଲ୍‌ ମିଡିଆ ପୋଷ୍ଟ: ଏମିତି କିଛି ଲେଖିଥିଲେ…

ମୁମ୍ବାଇ,୧୦/୧୦:ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ବୟସାଧିକ...

ଗରିବଙ୍କୁ ଦଶହରା ଭେଟି ଦେଲେ କେନ୍ଦ୍ର ସରକାର, ୨୦୨୮ ଯାଏ…

ନୂଆଦିଲ୍ଲୀ,୯।୧୦: ଦଶହରା ଉପଲକ୍ଷେ ଦେଶର କୋଟି କୋଟି ଗରିବଙ୍କୁ କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ। ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri