Categories: ବାଣିଜ୍ୟ

ପାର୍ବଣ ଶପିଙ୍ଗ୍‌ରେ ସୋସିଆଲ ମିଡିଆର ପ୍ରଭାବ

ନୂଆଦିଲ୍ଲୀ,୯।୧୦: ଚଳିତ ପାର୍ବଣ ଋତୁରେ ବ୍ୟବସାୟ ବୃଦ୍ଧି ପାଇଁ ଉଭୟ ଇ କମର୍ସ ଓ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଶପରମାନେ ସୋସିଆଲ ମିଡିଆକୁ ବେଶ୍‌ ଗୁରୁତ୍ୱ ଦେଇଥିଲେ। ଏପରିକି ଏଆଇ, କୁଇକ୍‌ କମର୍ସ, ମାଇକ୍ରୋ-ଇନ୍‌ଫ୍ଲୁଏନ୍ସର ଓ ଆଞ୍ଚଳିକ ଭାଷା କଣ୍ଟେଣ୍ଟ ଦ୍ୱାରା ସେମାନଙ୍କର ବ୍ୟବସାୟ ବା ପାର୍ବଣ ଶପିଙ୍ଗ୍‌ ବେଶ୍‌ ତ୍ୱରାନ୍ବିତ ହୋଇଛି ବୋଲି ମେଟା ପକ୍ଷରୁ କୁହାଯାଇଛି। ସେହିଭଳି ସମ୍ପୂର୍ଣ୍ଣ ଉତ୍ସାହ ସହ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ ମେଟା ପକ୍ଷରୁ ପ୍ରଚଳିତ ଫେଷ୍ଟିଭ ଟ୍ରେଣ୍ଡ ଉପରେ ବ୍ରାଣ୍ଡ୍‌ ଅଧ୍ୟୟନର ତଥ୍ୟଗୁଡିକୁ ନିକଟରେ ଅନାବରଣ (ଉନ୍ମୋଚନ) କରାଯାଇଛି। ଏପରିକି ମେଟା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏବଂ ୨୦୨୪ ସେପ୍ଟେମ୍ବରରେ ଅଗ୍ରଣୀ ଉପଭୋକ୍ତା ଅନୁସନ୍ଧାନ ପ୍ଲାଟ୍‌ଫର୍ମ କଞ୍ଜ୍ୟୁମର ଇନ୍‌ସାଇଟ ପ୍ଲାଟ୍‌ଫର୍ମ ଜିଡବ୍ଲ୍ୟୁଆଇ ଦ୍ୱାରା ପରିଚାଳନା କରାଯାଇଥିବା ଏହି ଅଧ୍ୟୟନ ଚଳିତ ବର୍ଷର ପାର୍ବଣ ଶପିଙ୍ଗ୍‌ ଟ୍ରେଣ୍ଡ ଉପରେ ଆଲୋକପାତ କରିଛି।
ଏ ନେଇ ମେଟାର ଆଡ୍‌ସ ବିଜ୍‌ନେସ୍‌ (ଇଣ୍ଡିଆ) ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟ ଅରୁଣ ଶ୍ରୀନିବାସ କହିଛନ୍ତି, ଭାରତରେ ପାର୍ବଣ ଶପିଙ୍ଗ୍‌ ଟ୍ରେଣ୍ଡ ଏକ ନାଟକୀୟ ପରିବର୍ତ୍ତନର ସମ୍ମୁଖୀନ ହେଉଥିବାବେଳେ ଏଆଇ, କୁଇକ୍‌ କମର୍ସର ଗ୍ରହଣୀୟତା, ମାଇକ୍ରୋ ଇନ୍‌ଫ୍ଲୁଏନ୍ସରଙ୍କ ବୃଦ୍ଧି ଓ ଆଞ୍ଚଳିକ ଭାଷାର କଣ୍ଟେଣ୍ଟ ପାର୍ବଣ କ୍ରୟଗୁଡିକୁ ପ୍ରଭାବିତ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଏହି ଅଧ୍ୟୟନ ସ୍ପଷ୍ଟ ଭାବେ ଦର୍ଶାଇଛି। ଅପରପକ୍ଷରେ ଇ- କମର୍ସ ବୃଦ୍ଧି ପାଉଛି ଓ କୁଇକ୍‌ କମର୍ସ ନୂତନ ବର୍ଗଗୁଡିକୁ ସମ୍ପ୍ରସାରିତ ହେଉଛି ଏବଂ ଇଲେକ୍‌ଟ୍ରୋନିକ୍ସ କ୍ରୟ କରୁଥିବା ପ୍ରତି ୪ ରୁ ଜଣେ ଗ୍ରାହକ ଓ ପର୍ସନାଲ କେୟାର କ୍ରୟ କରୁଥିବା ପ୍ରତି ୩ରୁ ଜଣେ ଗ୍ରାହକ କୁଇକ୍‌ କମର୍ସ ମାଧ୍ୟମରେ ଉପତ୍ାଦ କ୍ରୟ କରୁଛନ୍ତି। ଚଳିତ ବର୍ଷ ୫୦%ରୁ ଅଧିକ ଫେଷ୍ଟିଭ ସିଜନ ଶପରମାନେ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡିକ ମାଧ୍ୟମରେ ଅଧିକ କ୍ରୟ କରିବା ପାଇଁ ଆଶା ରଖିଛନ୍ତି। ଏପରିକି ପାର୍ବଣ କ୍ରୟଗୁଡିକୁ ପରିଚାଳନା କରିବା କ୍ଷେତ୍ରରେ ୧୦,୦୦୦ରୁ ୧ ଲକ୍ଷ ଫଲୋଅର ଥିବା ମାଇକ୍ରୋ ଇନ୍‌ଫ୍ଲୁଏନ୍ସରମାନେ ବେଶ୍‌ ସକ୍ରିୟ ଥିଲାବେଳେ ୧ଲକ୍ଷରୁ ୧ମିଲିୟନ ଫଲୋଅର ଥିବା ମାକ୍ରୋ ଇନ୍‌ଫ୍ଲୁଏନ୍ସରଙ୍କ ଭଳି ସେମାନେ ମଧ୍ୟ ପ୍ରଭାବଶାଳୀ ହୋଇଛନ୍ତି। ପାର୍ବଣ ଋତୁ ସମୟରେ ବ୍ରାଣ୍ଡ, ଡିଲ୍‌ ଓ ସେଲ୍‌ସ ଇଭେଣ୍ଟଗୁଡିକର ଅନ୍ବେଷଣ କରିବା ପାଇଁ ଇନ୍‌ଫ୍ଲୁଏନ୍ସରଙ୍କ ଉପରେ ନିର୍ଭର କରୁଥିବା ଶପରଙ୍କ ମଧ୍ୟରୁ ୪୦% ଉପଭୋକ୍ତା ମାଇକ୍ରୋ-ଇନ୍‌ଫ୍ଲୁଏନ୍ସରଙ୍କ ଦ୍ୱାରା ନିର୍ଭରଶୀଳ ଥିଲାବେଳେ ୩୯% ମାକ୍ରୋ-ଇନ୍‌ଫ୍ଲୁଏନ୍ସରଙ୍କ ଦ୍ୱାରା ଓ ୨୩% ନାନୋ-ଇନ୍‌ଫ୍ଲୁଏନ୍ସରଙ୍କ (୧୦,୦୦୦ରୁ କମ ଫଲୋଅର୍ସ) ଦ୍ୱାରା ପ୍ରଭାବିତ ହେଉଛନ୍ତି ବୋଲି ଉକ୍ତ ଅଧ୍ୟୟନରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।

Share