ମାଇକ୍ରୋସଫ୍ଟ ଆଉଟେଜର ପ୍ରଭାବ ଜାରି, ବିମାନ ବନ୍ଦରରୁ ବ୍ୟାଙ୍କିଙ୍କ ସିଷ୍ଟମ ଏବେବି ଅସୁବିଧାରେ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୭: ମାଇକ୍ରୋସଫ୍ଟ ଟେକ୍ନିକାଲ ଆଉଟେଜ ମାଇକ୍ରୋସଫ୍ଟର କ୍ରାଉଡ ଷ୍ଟ୍ରାଇକ ଅପଡେଟ ଯୋଗୁଁ ଗତକାଲି ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଥିଲା। ଏକ ବୈଷୟିକ ତ୍ରୁଟି ହେତୁ ହଜାର ହଜାର ବିମାନକୁ ବାତିଲ କରିବାକୁ ପଡିଲା ଏବଂ ଅନେକ ବ୍ୟାଙ୍କର ସେବା ଅଟକି ଗଲା।
କେବଳ ଏତିକି ନୁହେଁ ଡାକ୍ତରଖାନା, ଷ୍ଟକ ମାର୍କେଟ ଏବଂ କଲିଂ ସେବା ମଧ୍ୟ ପ୍ରଭାବିତ ହୋଇଥିଲା।

ବିମାନ ଚଳାଚଳ ମନ୍ତ୍ରଣାଳୟର କହିବାନୁସାରେ, ବାଧା ଯୋଗୁଁ ଅନେକ ବ୍ୟାକ୍‌ଲଗ ଅଛି, ଯାହାକୁ ସଫା କରିବାକୁ ଉଦ୍ୟମ କରାଯାଉଛି। ଅନେକ ବିମାନବନ୍ଦରରେ ମୁଖ ଚିହ୍ନିବା ବା ଫେସିଆଲ ରିକଗ୍ନିଶନ ବ୍ୟବସ୍ଥା ସଠିକ ଭାବରେ କାମ କରୁନାହିଁ। ଏଥି ସହିତ ଚେନ୍ନାଇ ବିମାନବନ୍ଦର ସମେତ ଅନେକ ସ୍ଥାନରେ ବିମାନ ମଧ୍ୟ ପ୍ରଭାବିତ ହୋଇଛି।
ମାଇକ୍ରୋସଫ୍ଟର ଅଘଟଣ ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା, କିନ୍ତୁ ରୁଷିଆ ଏବଂ ଚାଇନା ଏଥିରୁ ରକ୍ଷା ପାଇଥିଲେ। ଏହି କାରଣରୁ ଉଭୟ ଦେଶକୁ ପ୍ରଶଂସା କରାଯାଉଛି। ବାସ୍ତବରେ, ଚାଇନା ଏବଂ ରୁଷିଆ ବହୁ ପୂର୍ବରୁ ବୁଝିଥିଲେ ଯେ ଆମେରିକୀୟ କମ୍ପାନୀ ଉପରେ ସେମାନଙ୍କର ନିର୍ଭରଶୀଳତା ବିପଦମୁକ୍ତ ନୁହେଁ।
ଏହି କାରଣରୁ, ଉଭୟ ୨୦୦୨ରେ ନିଜସ୍ବ ଟେକ୍ନୋଲୋଜି ବିକଶିତ କରିଥିଲେ ଏବଂ ଏହି କାରଣରୁ ମାଇକ୍ରୋସଫ୍ଟର ସର୍ଭର ବନ୍ଦ ହେତୁ ଉଭୟ ଦେଶ ପ୍ରଭାବିତ ହୋଇନଥିଲେ।

Share