Posted inଫୁରସତ

ଜୀବନ ରକ୍ଷାକରେ ଖାଦ୍ୟର ମାନ

କୁହାଯାଏ ଉତ୍ତମ ତା ସନ୍ତୁଳିତ ଖାଦ୍ୟ ଶରୀରର ପୁଷ୍ଟି ବର୍ଦ୍ଧନ କରିଥାଏ। ତେଣୁ ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଲୋକଙ୍କ ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତାକୁ ଦେଖିଲେ ଜଣାପଡୁଛି ବର୍ତ୍ତମାନ ଅନେକେଙ୍କର ଜୀବନଶୈଳୀ ବଦଳି ଯାଇଛି। ମିଳୁଥିବା ବିଭିନ୍ନ ଖାଦ୍ୟରେ ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି। ତେଣୁ ଦୂଷିତ ଖାଦ୍ୟ ଓ ଜଳ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ ୭ ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ।
ଡିସେମ୍ବରରେ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲଏଚଓ) ଏବଂ ୨୦୧୭ ଜୁଲାଇରେ ଖାଦ୍ୟ ଓ କୃଷି ସଙ୍ଗଠନ (ଏଫଏଓ)ର ୪୦ତମ ଅଧିବେଶନରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପ୍ରସ୍ତାବକୁ ସମର୍ଥନ ଜଣାଯାଇଥିଲା।
ପରେ ମିଳିତ ଜାତିସଂଘର ସାଧାରଣ ସଭାର ୭୩ତମ ଅଧିବେଶନର ଦ୍ୱିତୀୟ କମିଟି ସମ୍ମୁଖରେ ଏହି ପ୍ରସ୍ତାବ ରଖାଯାଇଥିଲା, ଯାହା ସାଧାରଣ ସଭା (ୟୁଏନଜିଏ) ଦ୍ୱାରା ଗ୍ରହଣ କରାଯାଇଥିଲା। ଏହା ଅନୁସାରେ ୨୦୧୮ ଡିସେମ୍ବର ୨୦ରେ, ପ୍ରତିବର୍ଷ ଜୁନ ୭କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ୨୦୧୯ ମସିହାରେ ପ୍ରଥମ ଥର ଜୁନ ୭ ତାରିଖକୁ ‘ଖାଦ୍ୟ ସୁରକ୍ଷା ଦିବସ’ ଭାବେ ପାଳନ କରାଗଲା।
ଏହାପୂର୍ବରୁ ଅକ୍ଟୋବର ୧୬ ତାରିଖକୁ ଖାଦ୍ୟ ସୁକ୍ଷା ଦିବସ ଭାବେ ପାଳନ କରାଯାଉଥିଲା। ଏହି କ୍ଷେତ୍ର ସହିତ ଜଡିତ ଅନ୍ୟ ସଙ୍ଗଠନ ଗୁଡିକ ସହଯୋଗରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ଖାଦ୍ୟ ଓ କୃଷି ସଙ୍ଗଠନ ମିଳିତ ଭାବେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିବା ପାଇଁ କାର୍ଯ୍ୟ କରିଆସୁଛନ୍ତି। ଅସୁରକ୍ଷିତ ଖାଦ୍ୟ ପଦାର୍ଥର ବ୍ୟବହାର ଯୋଗୁ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ପରିସ୍ଥିତିରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଯୋଗାଇବା। ଏହା ସହିତ, ଏହି ଦିନ ପାଳନ କରିବାର ବିଶେଷ ଉଦ୍ଦେଶ୍ୟ ହେଉଛି ଖାଦ୍ୟ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା, ଅପମିଶ୍ରିତ ଜିନିଷଗୁଡ଼ିକୁ ଚିହ୍ନିବା ଓ ଲୋକଙ୍କୁ ସେଗୁଡ଼ିକ ବିଷୟରେ ଜଣାଇବା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁତାବକ, ପ୍ରତିବର୍ଷ ପ୍ରଦୂଷିତ ଖାଦ୍ୟ ଖାଇବା ଯୋଗୁଁ ୪ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। ଆମେ ପ୍ରତିଦିନ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ ଯାହା ପାଟିକୁ ସ୍ବାଦକର ଲାଗୁଥିଲେ ବି ଦେହ ପାଇଁ କ୍ଷତିକାରକ। ଆଜିକାଲି ଲୋକପ୍ରିୟ ପାଲଟିଥିବା ଫାଷ୍ଟଫୁଡ କିମ୍ବା ଜଙ୍କ ଫୁଡ ଶରୀର ପାଇଁ ଘାତକ ପ୍ରମାଣିତ ହେଉଛି। ପୁଷ୍ଟିକର ଖାଦ୍ୟ ଅଭାବରୁ ପିଲାମାନେ ବିଶେଷ ଭାବରେ ଅନେକ ପ୍ରକାର ଶାରୀରିକ ସମସ୍ୟାର ଶିକାର ହୋଇଥାନ୍ତି। ସ୍ବାସ୍ଥ୍ୟ ସମସ୍ୟାର ଅନ୍ୟତମ କାରଣ ହେଉଛି ଖାଦ୍ୟରେ ଫାଇବରର ଅଭାବ। ଫାଇବରରେ ଭରପୂର ଖାଦ୍ୟ ପିଲାମାନଙ୍କର ହଜମ ପାଇଁ ଭଲ। ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟଗୁଡ଼ିକ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଏହି ଦିବସର ପାଳନ ଏକ ଥିମ୍‌ ଆଧାରରେ ହୋଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ ହେଉଛି ଫୁଡ ଷ୍ଟାଣ୍ଡାର୍ଡସ ସେଭ୍‌ ଲାଇଫ୍‌
(ଜୀବନ ରକ୍ଷା କରେ ଖାଦ୍ୟର ମାନ)। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏନେଇ ସଚେତନତା ସୃଷ୍ଟି କରିବା ଲାଗି ଏହି ଥିମ ଉଦ୍ଦିଷ୍ଟ। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଜଣେ ରୋଗାକ୍ରାନ୍ତ ହେବା ଆଶଙ୍କା ଅଧିକ ରହିଥା। ମଣିଷ ସୁଖରେ ଜୀବନ ଜୀଇଁବା ପାଇଁ ତଥା ନିରୋଗୀ ରହିବା ଲାଗି ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏହା ସହିତ ଅପମିଶ୍ରିତ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରହି ମାନକଯୁକ୍ତ ଖାଦ୍ୟକୁ ପ୍ରାଥମିକତା ଦେବାର ଜରୁରୀ ହୋଇ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri