ଓଡ଼ିଶାରେ ବାର ମାସରେ ପାଳନ ହେଉଥିବା ତେର ପର୍ବ ମଧ୍ୟରୁ ଗୋଟିଏ ହେଉଛି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜିର ଏହି ପବିତ୍ର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଦିନଠାରୁ ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ।