ଆୟୁର୍ବେଦର ପ୍ରଚାରପ୍ରସାର ଉପରେ ପତଞ୍ଜଳିର ଗୁରୁତ୍ୱ

ଭୁବନେଶ୍ୱର,୧୦ା୨: ଶିକ୍ଷା ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ ତତ୍ତ୍ୱାବଧାନରେ ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପରେ ଓ୍ବାର୍ଲ୍‌ଡ ବୁକ୍‌ ଫେୟାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପତଞ୍ଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ଯୋଗଦେଇଥିଲେ। ଏ ଅବସରରେ ସେ କହିଥିଲେ, ସମଗ୍ର ବିଶ୍ୱରେ ‘ଯୋଗ’ ଏପରି ଏକ ଶବ୍ଦ ଯାହାକୁ ସମସ୍ତ ଭାଷାଭାଷୀ ଲୋକ ସେହି ସମାନ ଅର୍ଥରେ ବୁଝିପାରନ୍ତି। ବ୍ରିଦିଙ୍ଗ ଏକ୍ସରସାଇଜ୍‌, ଫିଜିକାଲ ଏକ୍ସରସାଇଜ୍‌, ଆସନ ଓ ପ୍ରାଣାୟମ ବିଷୟରେ ଅଧିକାଂଶ ଲୋକ ଜାଣନ୍ତି। ଏହାସହ ଆୟୁର୍ବେଦ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପତଞ୍ଜଳି ପକ୍ଷରୁ ଓ୍ବାଲର୍‌ଡ ଇନ୍‌ସାଇକ୍ଲୋପିଡିଆ ନାମରେ ପ୍ରକାଶିତ ଏକ ମହାଗ୍ରନ୍ଥରେ ୩୨ ହଜାର ଔଷଧୀୟ ବୃକ୍ଷର ସଚିତ୍ର ବର୍ଣ୍ଣନା କରାଯାଇଥିବା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଆୟୁର୍ବେଦ ଆଧାରିତ ପୁସ୍ତକ ‘ସୌମିତ୍ରେୟନିଦାନମ୍‌’ ପ୍ରକାଶ ପାଇଛି। ସେ ଆହୁରି ମଧ୍ୟ କହିଲେ, ପତଞ୍ଜଳି ମାଧ୍ୟମରେ ଯୋଗ, ଆୟୁର୍ବେଦ ଶିକ୍ଷା, ଚିକିସତ୍ା, ଅନୁସନ୍ଧାନ, ପ୍ରାଚୀନ ପାଣ୍ଡୁଲିପି ଆଧାରିତ ଗ୍ରନ୍ଥ ତଥା ପ୍ରେରଣାଦାୟକ ଆଧ୍ୟାମତ୍ିକ ପୁସ୍ତକର ପ୍ରକାଶନ କରାଯାଇଛି। ଭାରତୀୟ ଶିକ୍ଷା ବୋର୍ଡ ଅନ୍ତର୍ଗତ ସ୍ବଦେଶୀ ଶିକ୍ଷା ବ୍ୟବସ୍ଥାରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପ୍ରକାଶ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଭଏସ କମାଣ୍ଡରେ ସ୍କ୍ରୋଲ କରିପାରିବେ Instagram ରିଲ୍ସ, ଜାଣନ୍ତୁ ନୂଆ ଫିଚର ବିଷୟରେ…

ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ। ଆପଣଙ୍କୁ ଡିସପ୍ଲେକୁ ଛୁଇଁବାକୁ ମଧ୍ୟ ପଡିବ ନାହିଁ। କେବଳ ଗୋଟିଏ ଭଏସରେ...

କମିଲା ରେଲଓ୍ବେର ଏହି ଷ୍ଟକ, ମାର୍ଚ୍ଚ ୨୦ ଭିତରେ ଶୀଘ୍ର କିଣି ନିଅନ୍ତୁ!

ଚଳିତ ସପ୍ତାହରେ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ (IRFC)ର ଶେୟାର ଖବରରେ ଅଛି। କମ୍ପାନୀ ୧୭ ମାର୍ଚ୍ଚ, ୨୦୨୫ ରେ ବୋର୍ଡ ବୈଠକର ତାରିଖ ସ୍ଥିର...

କାହିଁକି ହୁ ହୁ ହୋଇ ବଢୁଛି ଜମିର ମୂଲ୍ୟ, ସାମ୍ନାକୁ ଆସିଲା ବଡ଼ ସତ

ଗତ କିଛି ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ ସେକ୍ଟରରେ ଏକ ବଡ଼ ଉନ୍ନତିର ସାକ୍ଷୀ ହୋଇଛି। କେବଳ ଫ୍ଲାଟ ନୁହେଁ, ଜମିର ମୂଲ୍ୟ ମଧ୍ୟ ଦ୍ରୁତ...

Sahara Refund: ଫେରିବ ସାହାରା ଟଙ୍କା, ନୂଆ ଲିଷ୍ଟ ଜାରି କଲା କମ୍ପାନୀ, ଆପଣଙ୍କର ଅଛି କି ନାଁ

ନୂଆଦିଲ୍ଲୀ,୧୪।୩:ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା...

ମହଙ୍ଗା ମାଡରେ ଯୁଝୁଛି ଏହି ରାଜ୍ୟ, ନାଁ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୪।୩: ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଥିଲେ ମଧ୍ୟ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO)ର ତଥ୍ୟ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରୁ...

ମାର୍ଚ୍ଚରେ ଦେଶବ୍ୟାପୀ ଦୁଇଦିନ ବ୍ୟାଙ୍କ ବନ୍ଦ, ଆଗରୁ ସାରି ଦିଅନ୍ତୁ ସବୁ କାମ

ନୂଆଦିଲ୍ଲୀ,୧୪ା୩: ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଗୁରୁବାର ଘୋଷଣା କରିଛି ଯେ ଏହାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ମାର୍ଚ୍ଚ ୨୪ ଏବଂ...

ଇଭି ଗାଡ଼ି ମାଲିକମାନଙ୍କୁ ସବସିଡିରେ ମିଳିଛି ₹୨୩୨.୪୫ କୋଟି ଟଙ୍କା

ଭୁବନେଶ୍ୱର,୧୪ା୩: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି)...

ହୋଲିରେ ପୁଣି ବଢ଼ିଲା ସୁନା ଦର, କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୩: ଦିଲ୍ଲୀରେ ସୁନା ଦର ଗୁରୁବାର ୧୦ ଗ୍ରାମ୍‌ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ସର୍ବାଧିକ ୮୯,୪୫୦ ଟଙ୍କାରେ ପହଞ୍ଚିଛି। ବୁଧବାର ୯୯.୯ ପ୍ରତିଶତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image