ଜନ ସମ୍ପର୍କ ଅଭିଯାନକୁ ଭାଜପାର ଗୁରୁତ୍ୱ

ଭଦ୍ରକ ଅଫିସ/ଭଦ୍ରକ (ସ୍ବ.ପ୍ର.),୨୬ା୫- ଭଦ୍ରକ ଜିଲା ଭାଜପାର କାର୍ଯ୍ୟକାରିଣୀ ବୈଠକ ସଂସ୍କୃତି ଭବନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଲୋକସଭା କ୍ଷେତ୍ରର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ନେତା ଡା. ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ତୃଣମୂଳସ୍ତରରୁ କାର୍ଯ୍ୟକାରୀ କରିବା ଏବଂ ଏହାର ରୂପରେଖ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲା ସାଧାରଣ ସମ୍ପାଦକ ମନୋରଞ୍ଜନ ମଲ୍ଲିକ ପ୍ରାରମ୍ଭିକ ସୂଚନା, ଅନ୍ୟତମ ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ ଅତିଥି ପରିଚୟ, ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ଜଗନ୍ନାଥ ଦାସ, ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ମନସ୍ମିତା ଖୁଣ୍ଟିଆ, ଭଗବାନ ପଣ୍ଡା, ଶ୍ରୀହର୍ଷ ସ୍ବାଇଁ, ଉଦୟ ନାରାୟଣ ମଲ୍ଲିକ, କଳ୍ପନା ଜେନା, ରଞ୍ଜିତା ସ୍ବାଇଁ, ଉମାମଣି ସାହୁ, ତପସ୍ବିନୀ ମହାପାତ୍ର, ଚୈତାଳି ଖିଲାର, ଶରତ ମହାନ୍ତି, ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଯୋଗଦେଇଥିଲେ।