ପୂଜାପାଠ, ଉତ୍ସବ, ଯଜ୍ଞ, ବିବାହ ଭଳି ବିଭିନ୍ନ ଶୁଭକାର୍ଯ୍ୟରେ ଶଙ୍ଖ ବଜାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାକୁ ବିଜୟ, ସମୃଦ୍ଧି, ଯଶ ଓ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଇଥାଏ। ତେବେ ଶଙ୍ଖ ଓ ଶଙ୍ଖଧ୍ୱନିର ଆଉ କ’ଣ ସବୁ ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା…
*ଗୃହରେ ଶଙ୍ଖ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହା ପରିବାରରେ ଶାନ୍ତିର ବାତାବରଣ ରଖିଥାଏ।
*ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତି ପୂଜାପାଠ କରିବା ସମୟରେ ଶଙ୍ଖ ବଜାଇଲେ ସମସ୍ତ ପାପ ନଷ୍ଟ ହୋଇଥାଏ।
*ସେହିପରି ଶଙ୍ଖର ଧ୍ୱନି ମନରେ ସକାରାତ୍ମକ ଭାବନା ସୃଷ୍ଟି କରିବା ସହ ମନକୁ ଶାନ୍ତ ରଖିଥାଏ।
*କୁହାଯାଏ, ଠାକୁର ଘରେ ଶଙ୍ଖରେ ଜଳ ପୂର୍ଣ୍ଣ କରି ରଖିବା ସହ ଘରର ସଦସ୍ୟ ଏହି ଜଳକୁ ଛିଞ୍ଚତ୍ହେଲେ ସେମାନଙ୍କର ଅନେକ ଉପକାର ହୋଇଥାଏ।
*କାରଣ ଏହି ଜଳରେ ଜୀବାଣୁ ମୁକ୍ତ କରିବାର ସାମର୍ଥ୍ୟ ରହିଥାଏ। ତା’ସହିତ ପ୍ରଦୂଷଣକୁ ମଧ୍ୟ ନଷ୍ଟ କରିବାର ଏହାର କ୍ଷମତା ଥାଏ।