ଚାଇନା ହାତମୁଠାରେ ଇମ୍ରାନ ସରକାର

ଇସଲାମାବାଦ,୨୨।୯: ପାକିସ୍ତାନରେ ଚାଇନା ନିଜର ଆଧିପତ୍ୟ ବୃଦ୍ଧି କରିବାରେ ଳାଗିଛି। ପ୍ରଥମେ ଚାଇନା-ପାକିସ୍ତାନ ମଧ୍ୟରେ ଅର୍ଥନୈତିକ କରିଡର (ସିପିଇସି) ନିର୍ମାଣ କରାଯାଇଥିବାବେଳେ ଏବେ ପାକିସ୍ତାନରେ ସ୍ବାସ୍ଥ୍ୟ ସେବାକୁ ମଜବୁତ କରିବାରେ ଲାଗିଛି ଚାଇନା। ଏହି ବାହାନାରେ ଚାଇନା ପାକିସ୍ତାନରେ କ୍ରମାଗତ ଭାବରେ ନିଜର ପାଦ ବିସ୍ତାର କରୁଛି। ପ୍ରକାଶ ଯେ, ଚାଇନା ଆସନ୍ତା ୪ ବର୍ଷ ମଧ୍ୟରେ (୨୦୨୫ ସୁଦ୍ଧା) ନିର୍ମାଣ ଏବଂ ସ୍ବାସ୍ଥ୍ୟ ସେବା ପାଇଁ ୫୦ ଲକ୍ଷ ନାଗରିକଙ୍କୁ ପାକିସ୍ତାନକୁ ପଠାଇବ। ଏକ ସାକ୍ଷାତକାରରେ ପାକିସ୍ତାନର ସ୍ବାସ୍ଥ୍ୟ ସେବା ଏକାଡେମୀର ପ୍ରଫେସର ଡା. ଶାହାଜାଦ ଅଲି ଖାନ ନିଶ୍ଚିତ କରିଛନ୍ତି। ଚାଇନାରୁ ଆସୁଥିବା ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ‘ଚାଇନା-ପାକିସ୍ଥାନ ସ୍ବାସ୍ଥ୍ୟ କରିଡର’ (ସିପିଏଚ୍‌ସି) ଅଧୀନରେ ଦୁଇ ଦେଶର ମେଡିକାଲ ୟୁନିଭରସିଟି ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Share