ସ୍ତ୍ରୀଙ୍କ ମୃତଦେହ କାନ୍ଧରେ ବୋହିବା ଘଟଣା:ସମୁଲୁଙ୍କୁ ୧୦ ହଜାର ଟଙ୍କା ସହାୟତା ଦେଲା ପ୍ରଶାସନ

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):ପଡୋଶୀ ଆନ୍ଧ୍ରକୁ ଯାଇ ଶ୍ରମିକ ଭାବେ ଖଟି ରୋଜଗାର କରି ଟଙ୍କା ଆଣି ଚାଷ କରିବି ବୋଲି ଯେଉଁ ସ୍ବପ୍ନ ଦେଖିଥିଲି ତାହା ମୋର ଅଧୁରା ରହିଗଲା। ସ୍ତ୍ରୀଙ୍କ ମୃତଦେହ କାନ୍ଧରେ ବୋହି ଆଣିବାକୁ ପଡିଲା ବୋଲି ଦୁଃଖର ସହ କହିଛନ୍ତି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅମ୍ପାବାଲି ନିକଟସ୍ଥ ସୋରଡା ଗ୍ରାମର ଏଡେ ସମୁଲୁ। ଆନ୍ଧ୍ରର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କ ସ୍ତ୍ରୀ ଏଡେ ଗୁରୁଙ୍କ ମୃତ୍ୟୁ ହୋଇଥିଲା। ଅର୍ଥଭାବରୁ ଆମ୍ବୁଲାନ୍ସ କରି ନ ପାରି ସେ ସ୍ତ୍ରୀଙ୍କ ମୃତଦେହ କାନ୍ଧରେ ଧରି ଚାଲିଚାଲି ଗ୍ରାମ ଅଭିମୁଖେ ଆସୁଥିଲେ। ବିଜୟନଗର ପାଖାପାଖି ପହଞ୍ଚତ୍ଥିବା ବେଳେ ତାଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ତତ୍‌କ୍ଷଣାତ୍‌ ସେଠାରେ ପହଞ୍ଚତ୍ ମୃତଦେହ ବୋହି ନେଉଥିବା ସମୁଲୁଙ୍କୁ ପଚରାଉଚରା କରିଥିଲା। ସେ ସବୁ କଥା କହିବା ପରେ ବିଜୟନଗର ଗ୍ରାମାଞ୍ଚଳ ପୋଲିସ ଏସ୍‌ଆଇ କିରଣ କୁମାର ସହଯୋଗର ହାତ ବଢାଇ ତାଙ୍କ ପାଇଁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରି ମୃତଦେହ ତାଙ୍କ ସୋରଡା ଗ୍ରାମକୁ ପଠାଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ତହସିଲ ପକ୍ଷରୁ ବିଭାଗୀୟ ମୁଖ୍ୟ ବିଳାସ ଭତ୍ରା ଏବଂ ରାଜସ୍ବ ସୁପ୍ରଭାଇଜର ଗୋଲକ ପରିଡ଼ା ସମୁଲୁଙ୍କ ନିକଟରେ ପହଞ୍ଚତ୍ ତାଙ୍କୁ ରେଡକ୍ରସରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ପେଟୁରୁ ରାଜସ୍ବ ନିରୀକ୍ଷକ ଉଦୟନାଥ ତନ୍ତି ମଧ୍ୟ ସୋରଡା ଗ୍ରାମରେ ପହଞ୍ଚତ୍ ତଦନ୍ତ କରି ରିପୋର୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri