ରତ୍ନଭଣ୍ଡାର ଚାବି ହଜେଇବା ଘଟଣା: ଥାନାରେ ପହଞ୍ଚିଲା ମାମଲା, ପୁରୀ ଜିଲାପାଳ…

ପୁରୀ,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବଢୁଛି ବିବାଦ। ଭଣ୍ଡାରର ପ୍ରକୃତ ଚାବି କୁଆଡେ ଗଲା, କିଏ ନେଲା ଓ ଚାବି ଥାଉ ଥାଉ କାହିଁକି ତାଲା ଭଙ୍ଗାଗଲା ତାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ବିଜେଡି ସରକାରରେ ଜିଲାପାଳ ଚାବି ହଜିନି ଡୁପ୍ଳିକେଟ ଚାବି ଥିବା କହିଥିଲେ କିନ୍ତୁ ଏଥର ସେହି ଡୁପ୍ଲିକେଟ ଚାବିରେ ବି ତାଲା ନ ଫିଟିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୧୯୭୮ ପରେ ପୁରୀରେ ୩୦ ଜଣ ଜିଲାପାଳ ବଦଳିଛନ୍ତି। ତେଣୁ କାହା ସମୟରେ ଚାବି ହଜିଲା ଓ କାହାକୁ ଦାୟୀ କରାଯିବ, ତାକୁ ନେଇ ଦ୍ୱନ୍ଦ୍ବ ବଢୁଛି। ବାହାର ରତ୍ନଭଣ୍ଡାରର ଚାବି ଅତି ସହଜରେ ଫିଟିଥିବାବେଳେ ଭିତର ରତ୍ନଭଣ୍ଡାର ଚାବି ଫିଟି ନ ଥିଲା। ଯାହାପରେ ଅଡୁଆ ତାଲା ଭାଙ୍ଗିବାକୁ ପଡିଥିଲା। ଏବେ ଭିତର ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ବଢିବାରେ ଲାଗିଛି । ଚାବି କୁଆଡେ ଗଲା ଆଉ ଡୁପ୍ଲିକେଟ ଚାବି ଥାଇ କାହିଁକି ତାଲା ଭଙ୍ଗାଗଲା ତାକୁ ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ୬ବର୍ଷ ଭିତରେ ଚାବି କୁଆଡେ ଗଲା ଏନେଇ ଖୋଳତାଡ ଆରମ୍ଭ ହୋଇଛି। ତେବେ ପୂର୍ବତନ ଜିଳାପାଳ ଏନେଇ କ’ର ମିଛ କହିଥିଲେ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ନା ଆ କେଉଁ ଜିଲାପାଳ ଏହାକୁ ହଜେଇ ଦେଇଛନ୍ତି ଏ ପ୍ରଶ୍ନ ମଧ୍ୟ ମୁଣ୍ଡ ଟେକିଛି।

୨୦୧୮ରେ ତତକାଳୀନ ସରକାର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଚାବି ନ ମିଳିବାରୁ ଡୁପ୍ଲିକେଟ ଚାବି ଅଛି ବୋଲି ଖୋଦ ତତକାଳୀନ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ କହିଥିଲେ। ତେଣୁ ଏବେ ବିବାଦ ଥାନାରେ ପହଞ୍ଚିଛି । ପୂର୍ବତନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବିରେ ଜଗନ୍ନାଥ ସେନା ସିଂହଦ୍ୱାର ଥାନାରେ ଏତଲା ଦେଇଛି ।

୧୯୮୫ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ଅଳଙ୍କାର ଅଣାଯାଇଥିଲା । ଅର୍ଥାତ ସେତେବେଳେ ରତ୍ନଭଣ୍ଡାରର ଅସଲି ଚାବି ଥିଲା । ତା ପରେ ଭିତର ଭଣ୍ଡାର ଖୋଲାଯାଇ ନ ଥିଲା । ଏହାରି ଭିତରେ ୩୦ ଜଣ ପୁରୀ ଜିଲାପାଳ ହୋଇଛନ୍ତି । ତେଣୁ କାହା ସମୟରେ ଚାବି ହଜିଛି ସେ ନେଇ ପ୍ରଶ୍ନ ଉଠିଛି । ଅରବିନ୍ଦ ଅଗ୍ରୱାଲ ୨୨ ଅଗଷ୍ଟ ୨୦୧୪ରୁ ୮ ଅଗଷ୍ଟ ୨୦୧୮ ଯାଏଁ ପୁରୀ ଜିଲାପାଳ ଥିଲେ । ତେଣୁ ସେ ସମୟରେ ସେ ଯଦି ଡୁପ୍ଲିକେଟ ଚାବି କଥା କହିଥିଲେ, ତାହାହେଲେ ସେହି ଚାବି ଏହି ୬ ବର୍ଷ ଭିତରେ କୁଆଡେ ଗଲା ତାକୁ ନେଇ ସନ୍ଦେହ ବଢିଛି ।

Share