Categories: ଜାତୀୟ

ଅଗଷ୍ଟ ୩୧ରେ ଉନ୍ମୋଚିତ ହେବ ‘ଇଣ୍ଡିଆ’ ଲୋଗୋ

ନୂଆଦିଲ୍ଲୀ,୨୮।୮:୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ଦଳ ‘ଇଣ୍ଡିଆ’ର ତୃତୀୟ ବୈକ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠରେ ‘ଇଣ୍ଡିଆ’ର ଲୋଗୋ ମଧ୍ୟ ଉନ୍ମୋଚିତ ହେବ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବିରୋଧୀ ଦଳର ଭାରତର ଲୋଗୋ ଭାରତର ନାଗରିକଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ। ଅଗଷ୍ଟ ୩୧ରେ ସନ୍ଧ୍ୟା ୭ଟାରେ ଏହା ଉନ୍ମୋଚିତ ହେବ। ମିଳିତ ମେଣ୍ଟ ତୃତୀୟ ମିଳିତ ବୈଠକ ପାଇଁ ସମସ୍ତ ନେତା ମୁମ୍ବାଇରେ ପହଞ୍ଚିବେ।
ଶିବସେନା (ୟୁବିଟି) ମୁମ୍ବାଇରେ ବିରୋଧୀ ଦଳର ବୈଠକ ଆୟୋଜନ କରିବାକୁ ଯାଉଛି। ଏହାପୂର୍ବରୁ ସଞ୍ଜୟ ରାଉତ କହିଥିଲେ ଯେ, ପରବର୍ତ୍ତୀ ବୈଠକରେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ଆୟୋଜନ କରିବେ। ଇଣ୍ଡିଆ ଆଲାଇନ୍ସର ପରବର୍ତ୍ତୀ ବୈଠକରେ ଏହି ଲୋଗୋ ଉନ୍ମୋଚିତ ହେବ। ଏହି ଲୋଗୋରେ ‘ଇଣ୍ଡିଆ’ର ଝଲକ ଦେଖିବାକୁ ମିଳିବ। ଏହି ଲୋଗୋରେ ସବୁକିଛି ଅଛି ଯାହା ଲୋକଙ୍କୁ ଏକଜୁଟ ରଖିବା ପାଇଁ ଆବଶ୍ୟକ। ବୈଠକକୁ ନେଇ ସବୁ ଦଳରେ ଉତ୍ସୁକତା ରହିଛି।

Share