Categories: ଜାତୀୟ

ଚାଇନା-ପାକିସ୍ତାନ ଉପରେ ନଜର ରଖିବା ପାଇଁ ସୀମାରେ ମୁତୟନ ହେଲା ହେରନ ମାର୍କ-୨

ନୂଆଦିଲ୍ଲୀ,୧୩।୮: ଭାରତ ତାର ଶତ୍ରୁଙ୍କୁ ଚିତ୍‌ ପଟାଙ୍ଗ କରିବା ପାଇଁ ପ୍ରତିରକ୍ଷା କ୍ଷମତା ବଢାଇବାରେ ଲାଗିଛି। ବର୍ତ୍ତମାନ ଭାରତୀୟ ବାୟୁସେନା ତାର ପ୍ରତିରକ୍ଷା କ୍ଷେତ୍ରରେ ହେରନ ମାର୍କ-୨ ଡ୍ରୋନ ସାମିଲ କରିଛି। ଯାହାକି ଉଭୟ ପଡୋଶୀ ଦେଶ ପାକିସ୍ତାନ ଓ ଚାଇନାକୁ ନଜର ରଖିପାରିବ।

ଭାରତୀୟ ବାୟୁସେନା ବର୍ତ୍ତମାନ ଏହାର ପ୍ରୋଜେକ୍ଟ ଚିତାକୁ ମେକ ଇନ ଇଣ୍ଡିଆ ଅଧୀନରେ ନେବାକୁ ଯୋଜନା କରୁଛି। ଭାରତୀୟ ସଶସ୍ତ୍ର ବାହିନୀର ପ୍ରାୟ ୭୦ ହେରନ ଡ୍ରୋନ ଉପଗ୍ରହ ସଞ୍ଚାର ଲିଙ୍କ ସହିତ ନବୀକରଣ କରାଯିବ।

ହେରନ ମାର୍କ-୨ ଡ୍ରୋନ ଅପରେଟ୍‌ କରୁଥିବା ସ୍କାଡ୍ରନକୁ ‘ୱାର୍ଡେନ୍ସ ଅଫ ଦି ନର୍ଥ’ କୁହାଯାଏ। ଏହା ଉଭୟ ଚାଇନା ଓ ପାକିସ୍ଥାନ ସହ ଲାଗିଥିବା ଆମ ସୀମା ଉପରେ ନଜର ରଖିବ। ଏହି ଡ୍ରୋନ ଦୂର ଜିନିଷ ବି ଦେଖିପାରିବ। ଏଥିସହ ପ୍ରାୟ ୩୬ ଘଣ୍ଟା କାମ କରିପାରିବ।

Share