ନୂଆଦିଲ୍ଲୀ,୧୯।୮: ପ୍ରତିରକ୍ଷା ନିର୍ମାଣରେ ମେକ ଇନ ଇଣ୍ଡିଆ ଅଧୀନରେ ଦେଶ ବଡ ସଫଳତା ହାସଲ କରିଛି। ବାୟୁସେନା ହେବି ଡ୍ରପ୍ ସିଷ୍ଟମର ସଫଳ ପରୀକ୍ଷଣ କରିଥିବା ସୂଚନା ମିଳିଛି। ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ଦ୍ୱାରା ବିକଶିତ ପି-୭ ହେଭି ଡ୍ରପ୍ ସିଷ୍ଟମ ସାହାଯ୍ୟରେ ବର୍ତ୍ତମାନ ଯୁଦ୍ଧକ୍ଷେତ୍ରରେ ସାତ ଟନ ଓଜନ ବିଶିଷ୍ଟ ଯନ୍ତ୍ରପାତି ପାରାଚ୍ୟୁଟ ଦ୍ୱାରା ସହଜରେ ପରିବହନ କରାଯାଇପାରିବ। ଭାରତୀୟ ବାୟୁସେନା ଡିଆରଡିଓର ଏକ ସହାୟକ କମ୍ପାନୀ ଏରିଆଲ ଡେଲିଭରି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଦ୍ୱାରା ପରିକଳ୍ପିତ ଏବଂ ବିକଶିତ ହେଭି ଡ୍ରପ ସିଷ୍ଟମକୁ ସଫଳତାର ସହ ପରୀକ୍ଷଣ କରିଛି।