Categories: ଖେଳ

ପଦକ ପକ୍କା କଲା ଭାରତୀୟ କ୍ରିକେଟ୍‌ ଦଳ

ହାଙ୍ଗଝୋ,୨୪।୯: ଏସୀୟ ଗେମ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି। ସେମିଫାଇନାଲ ମ୍ୟାଚରେ ବାଂଲାଦେଶକୁ ୮ ଉଇକେଟରେ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିଛି। ଭାରତର ବିଜୟର ହିରୋ ଦ୍ରୁତ ବୋଲର ପୂଜା ବସ୍ତ୍ର୍ରକର ଥିଲେ। ସେ ୪ ଓଭରରେ ୧୭ ରନ ଦେଇ ୪ ଉଇକେଟ ନେଇଥିଲେ। ପୂଜାଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତ ୧୭.୫ ଓଭରରେ ୫୧ ରନରେ ବାଂଲାଦେଶକୁ ଅଲଆଉଟ କରିଥିଲା। ଏହି ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୮.୨ ଓଭରରେ ଦୁଇଟି ଉଇକେଟ ହରାଇ ଏହି ମ୍ୟାଚ ଜିତିଥିଲା। ଭାରତୀୟ ଦଳ ଫାଇନାଲରେ ଶ୍ରୀଲଙ୍କ କିମ୍ବା ପାକିସ୍ତାନକୁ ଭେଟିବ।

Share