ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ପୂର୍ବରୁ ଟି -୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ମଧ୍ୟ ସେ ଖେଳିବେ ନାହିଁ। ବୁମରା ବିବାହ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ସେ ବିବାହ ସହ ଜଡିତ ପ୍ରସ୍ତୁତି ପାଇଁ ଛୁଟି ନେଇଛନ୍ତି। ସେ ଗୋଆର ଏକ ସ୍ପୋର୍ଟସ ଆଙ୍କର୍ ସହିତ ବିବାହ କରିବାକୁ ଯାଉଛନ୍ତି। ତେବେ ବିବାହ କେବେ ଓ କେଉଁଠାରେ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ବିବାହ କେବଳ ଅହମ୍ମଦାବାଦରେ ହେବ ବୋଲି ଚର୍ଚ୍ଚା ହେଉଛି।