ନୂଆଦିଲ୍ଲୀ,୯।୬: ୨୦୪୦ ମସିହା ସୁଦ୍ଧା ଭାରତୀୟ ଅର୍ଥନୀତି ୨୦ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନଭେଶ୍ୱରନ୍ ଆକଳନ କରିଛନ୍ତି। ଆଗାମୀ ୫ ବର୍ଷରେ ଜିଡିପି ବୃଦ୍ଧି ୫ ଲକ୍ଷ କୋଟି ଡଲାର ହେବା ପରେ, ଯଦି ପ୍ରତି ୭ ବର୍ଷରେ ଜିଡିପି ଅଭିବୃଦ୍ଧି ୨ ଗୁଣା ହେବ, ତାହେଲେ ୨ ଦଶକ ମଧ୍ୟରେ ଅର୍ଥନୀତି ୨୦ ଲକ୍ଷ କୋଟି ଡଲାରରେ ପହଞ୍ଚିବ। ଏହି ସମୟରେ ଦେଶର ମୁଣ୍ଡ ପିଛା ଆୟ ୧୫,୦୦୦ ଡଲାରରେ ପହଞ୍ଚିବ। ବର୍ତ୍ତମାନର ଦର ଉପରେ ଭାରତୀୟ ଅର୍ଥନୀତି ୩ ଲକ୍ଷ କୋଟି ଡଲାରରୁ ଊର୍ଦ୍ଧ୍ୱ ରହିଛି। ଆର୍ଥିକ ବର୍ଷ ୨୦୨୬-୨୭ ମଧ୍ୟରେ ଭାରତୀୟ ଅର୍ଥନୀତି ୫ଲକ୍ଷ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚିବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।