ବିଗିଡ଼ିବ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୦ା୧୧:କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏବେ ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଭାବେ ଉଭା ହୋଇଛି। ମହାମାରୀ ପ୍ରଭାବରେ ଘରୋଇ ବଜାର ଚାପଗ୍ରସ୍ତ ହୋଇଥିବା ବେଳେ ଏଥିରୁ ବାହାରିବା ଲାଗି ଅଧିକ ସମୟ ଲାଗିପାରେ ବୋଲି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସିଗୁଡିକ ରିପୋର୍ଟ ପ୍ରକାଶ କରିଛନ୍ତି। ନଭେମ୍ବର ୧୯ରେ ୩ଟି ସଂସ୍ଥା ଯଥା-ଅକ୍ସଫୋର୍ଡ ଇକୋନୋମିକ୍ସ, ବାର୍କଲେ ଏବଂ ମୁଡିସ ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)ର ଭିନ୍ନ ଭିନ୍ନ ଆକଳନ କରିଛନ୍ତି।
କରୋନା ପ୍ରକୋପ ଶେଷ ହେବା ପରେ ମଧ୍ୟ ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଉପୁଜିଛି। ଏଠାକାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିବା ଲାଗି ଅଧିକ ସଂଘର୍ଷ କରିବାକୁ ପଡିବ। ଏଥିରୁ ସମ୍ପୂର୍ଣ୍ଣ ବାହାରକୁ ବାହାରିବା ଲାଗି ଭାରତକୁ ୨୦୨୫ ଯାଏ ସମୟ ଲାଗିବ ବୋଲି ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଆକଳନ କରାଯାଇଛି। ଗୁରୁବାର ଅନ୍ୟ ଏକ ରେଟିଂ ଏଜେନ୍ସି ମୁଡିସ ଏହାର ରିପୋର୍ଟରେ କହିଛି, ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧୦.୬% ଖସିବ। ଭାରତର ବିକାଶ ହାରକୁ ନେଇ ପୂର୍ବରୁ କରିଥିବା ଆକଳନରେ ଏହା ଏବେ ପରିବର୍ତ୍ତନ କରିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ୧୧.୫% ଖସିବ ବୋଲି ମୁଡିସ ପୂର୍ବରୁ କହିଥିଲା। ଭାରତ ସରକାର ନିକଟରେ ଘୋଷଣା କରିଥିବା ପ୍ୟାକେଜ ଦୀର୍ଘମିଆଦୀ ଅଭିବୃଦ୍ଧି ଦିଗରେ ଯୋଗଦାନ ରଖିବା ନେଇ ମୁଡିସ ପ୍ରକାଶ କରିଛି। ଅପରପକ୍ଷରେ ଅନ୍ୟ ଏକ ଏଜେନ୍ସି ବାର୍କଲେ କହିଛି, ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ହାର ୮.୫% ଛୁଇଁବ। ଏହି ଅବଧିରେ ବିକାଶ ହାର ୭% ରହିବା ନେଇ ଏହା ପୂର୍ବରୁ ଅନୁମାନ କରିଥିଲା।
ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଯେଉଁ ଅବସ୍ଥା ଦେଇ ଗତି କରୁଛି, ତାକୁ ନେଇ କୌଣସି ଏଜେନ୍ସି ଠିକ୍‌ ଭାବେ ଆକଳନ କରିପାରୁନାହାନ୍ତି। ଚଳିତ ବର୍ଷ ଜିଡିପି ଋଣାତ୍ମକ (ନେଗେଟିଭ) ରହିବ। ଏହାକୁ କେହି ଟାଳିପାରୁନାହାନ୍ତି। ଅପରପକ୍ଷରେ ଆସନ୍ତା ଆର୍ଥତ୍କ ବର୍ଷରେ ଜିଡିପି ଅଭିବୃଦ୍ଧି ଆଶାଠାରୁ ଅଧିକ ହେବ ବୋଲି କିଛି ଏଜେନ୍ସି ମତ ରଖିଛନ୍ତି। ଏଜେନ୍ସିଗୁଡିକର ଏଭଳି ଆକଳନରେ ଜିଡିପିର ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ।
ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ଇକୋନୋମିକ୍ସର ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆ ବିଭାଗ ମୁଖ୍ୟ ପ୍ରିୟଙ୍କା କିଶୋର କହିଛନ୍ତି, କରୋନା ପୂର୍ବରୁ ଭାରତୀୟ ବଜାରରେ ବାଲାନ୍ସ ସିଟ୍‌ ଚାପଗ୍ରସ୍ତ ହୋଇଥିଲା। ମହାମାରୀ ଏହି ସ୍ଥିତିକୁ ଆହୁରି ଗମ୍ଭୀର କରି ଦେଇଛି। ଆଗାମୀ ୫ ବର୍ଷରେ ଭାରତର ବିକାଶ ହାର ୪.୫% ସ୍ତର ରହିପାରେ। ଏହା ମହାମାରୀ ଆଗରୁ ୬.୫% ରହିଥିଲା। ଯୋଗାଣ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ହ୍ୟୁମାନ କ୍ୟାପିଟାଲ ବା ମାନବଗତ ପୁଞ୍ଜିର ଯୋଗଦାନ କୋଭିଡ୍‌ ପୂର୍ବ ସ୍ତରରେ ରହିଛି। ମହାମାରୀ ଯୋଗୁ ବାଲାନ୍ସ ସିଟ୍‌ରେ ଚାପ ବଢିବ। ନିବେଶଧାରା ପୂର୍ବ ସ୍ଥିତିକୁ ଫେରିବା ଲାଗି ସମୟ ଲାଗିବ ବୋଲି ଅକ୍ସଫୋର୍ଡ ରିପୋର୍ଟରେ କୁହାଯାଇଛି। ସେହିଭଳି ୨୦୨୦ ପୂର୍ବରୁ ଭାରତ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିଲା। ବ୍ୟାଙ୍କ ଏନ୍‌ପିଏ, କମ୍ପାନୀ ବାଲାନ୍ସ ଶିଟ୍‌, ଅଣବିତ୍ତ ପ୍ରତିଷ୍ଠାନଗୁଡିକର ଖରାପ ଅବସ୍ଥା ଏବଂ ବେରୋଜଗାରୀ ହାର ଉଚ୍ଚରେ ରହିଥିଲା। ଅପରପକ୍ଷରେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡିବ ଏବଂ ଅର୍ଥ ବ୍ୟବସ୍ଥାରେ ଦୀର୍ଘ ମିଆଦୀ ସମସ୍ୟା ବଢିବା ନେଇ ଏହି ରିପୋର୍ଟରେ ଆଶଙ୍କା କରାଯାଇଛି। ଫଳରେ ଅଭିବୃଦ୍ଧି କୋଭିଡ୍‌-୧୯ ପୂର୍ବ ସ୍ଥିତିକୁ ଫେରିବା ଲାଗି ଅଧିକ ସମୟ ଲାଗିବ। ଆର୍ଥତ୍କ ସ୍ଥିତି ଖରାପ ହେବା ସତ୍ତ୍ୱେ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଭାବେ ଗଢି ତୋଳିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ରଖିଛନ୍ତି। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଲାଗି ସରକାର ବିଭିନ୍ନ ଉପାୟ ଘୋଷଣା କରିଛନ୍ତି। ମାତ୍ର ଚାହିଦା ବଢାଇବା ଦିଗରେ ସରକାରୀ ପଦକ୍ଷେପଗୁଡିକ ସହାୟକ ହୋଇପାରିନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ଏକ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସଦସ୍ୟତାରେ ଇପିଏଫ୍‌ଓର ରେକର୍ଡ

ଭୁବନେଶ୍ୱର,୨୪।୯ (ଅନୁରାଧା ମହାରଣା): କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ସୋମବାର ଜୁଲାଇ ୨୦୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥାନ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୯: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ଜୟଆଲୁକ୍କାସ ଚେନ୍‌ ଫେଷ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୯: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ‘ଚେନ୍‌ ଫେଷ୍ଟ’ (ଜୟଆଲୁକ୍କାସ ଚେନ ଫେଷ୍ଟ) ନିକଟରେ...

ଜିଓର ୧.୮୫ଲକ୍ଷ ନୂଆ ମୋବାଇଲ ଗ୍ରାହକ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ତଥା ରିଲାଏନ୍ସ ଜିଓ ୨୦୨୪ ଜୁଲାଇରେ ପ୍ରାୟ ୧.୮୫ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଏବଂ ୧୧,୦୦୦...

ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍‌ର କର୍ପୋରେଟ ସୋସିଆଲ ରେସପନି୍ସବିଲିଟି ବା ସିଏସ୍‌ଆର୍‌ ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରୁଥିବା ଏଚ୍‌ସିଏଲ୍‌...

ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି

ନୂଆଦିଲ୍ଲୀ,୨୪।୯ (ପି.ଟି.): ସରକାରୀ ବିଭାଗଗୁଡ଼ିକ ୩୪ଟି ବଡ଼ ମାମଲାରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମାର ଅନୁପାଳନ କରି ନ ଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି)...

ସମାଧାନ କରିବାକୁ ଯାଇଥିଲେ: ମହିଳା ପୋଲିସଙ୍କୁ ତୀର ମାଡ଼ କଲେ….

ପାଟନା,୨୪।୯: ବିହାରର ଅରରିଆ ଜିଲା ମହଲଗାଓଁ ଥାନା ପୋଖରିଆ ଗ୍ରାମରେ ଏକ ଜମି ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିବା ପୋଲିସ ଟିମ୍‌ ଉପରେ ସ୍ଥାନୀୟ...

ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘ,୨୪ା୯: ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ, ଆମର ସାମୂହିକ ସାମର୍ଥ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାତିସଂଘର ‘ସମିଟ୍‌ ଅଫ୍‌ ଦି ଫ୍ୟୁଚର’ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri