Posted inଖେଳ

ପାକିସ୍ତାନ ଅଧିନାୟକଙ୍କ ଖେଳ ଦେଖିଲେ ଭାରତୀୟ ଷ୍ଟାଫ୍‌

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ନିଜ ଅଭ୍ୟାସ ଉପରେ ଧ୍ୟାନ ଦେବା ସହିତ ଉଭୟ ଦଳ ଆଗ ଦଳ ଉପରେ ମଧ୍ୟ ନଜର ରଖିଛନ୍ତି। ଆଇସିସି କ୍ରିକେଟ ଏକାଡେମୀରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଅଭ୍ୟାସ ମ୍ୟାଚ ଖେଳିଛନ୍ତି। ଏହି ଅଭ୍ୟାସ ମ୍ୟାଚରେ କୋଚ ରବି ଶାସ୍ତ୍ରୀଙ୍କ ସମେତ ଭାରତୀୟ ଖେଳାଳିମାନେ ମଧ୍ୟ ପାକିସ୍ତାନ ଦଳର ଖେଳ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ। ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବା ପାଇଁ ପଡିଆରେ ପହଞ୍ଚିଥିଲା, ସେହି ସମୟରେ ପାକିସ୍ତାନ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ମ୍ୟାଚ ଖେଳୁଥିଲା। ଏହି ସମୟରେ ଭାରତୀୟ ଖେଳାଳି, କୋଚିଂ ଷ୍ଟାଫ୍‌ମାନେ ପାକିସ୍ତାନ ଦଳର ଖେଳ ଦେଖିବା ପାଇଁ ଉତ୍ସାହର ସହ ଦେଖିଥିଲେ।
ଭାରତୀୟ ଦଳ ସେମାନଙ୍କ ଅଭ୍ୟାସ ମ୍ୟାଚ୍‌ ପାଇଁ ଦୁବାଇ କ୍ରିକେଟ ଷ୍ଟାଡିୟମରେ ପହଞ୍ଚିଥିଲେ, କିନ୍ତୁ ମ୍ୟାଚ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଦଳ ପାକିସ୍ତାନ ଦଳ ଖେଳୁଥିବା ଦେଖିଥିଲେ। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ କୋଚ ରବି ଶାସ୍ତ୍ରୀ, ମେଣ୍ଟର ଏମଏସ ଧୋନୀଙ୍କ ସହ ଭୁବନେଶ୍ୱର କୁମାର, ଦୀପକ ଚହର ଏବଂ ଶାର୍ଦ୍ଦୁଲ ଠାକୁର ମଧ୍ୟ ନଜର ଆସିଛନ୍ତି। ଏମାନେ ସମସ୍ତେ ପାକିସ୍ତାନୀ ଅଧିନାୟକ ବାବର ଆଜମ କ୍ରିଜରେ ଉପସ୍ଥିତ ଥିଲେ। ବାବର ଆଜମ ଏକ ନମ୍ବର ଦିନିକିଆ ବ୍ୟାଟ୍ସମ୍ୟାନ ଏବଂ ସେ ଭାରତୀୟ ଦଳ ପାଇଁ ସବୁଠାରୁ ବଡ ବିପଦ ବୋଲି ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri