Categories: ଖେଳ

ଭାରତୀୟ ଦଳକୁ ଲାଗିଲା ବଡ଼ ଝଟ୍‌କା

ଲଣ୍ଡନ,୧।୬: ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଆଘାତ କାରଣରୁ ଓପନର୍‌ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ପ୍ରାରମ୍ଭିକ ଟେଷ୍ଟରେ ଖେଳି ପାରିବେ ନାହିଁ। ତଥାପି, ଟେଷ୍ଟ ସିରିଜ ଆରମ୍ଭ ପାଇଁ ଏକ ମାସରୁ ଅଧିକ ସମୟ ବାକି ଅଛି। ଗତ ଇଂଲଣ୍ଡ ସିରିଜ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଶୁଭମନଙ୍କ ପ୍ରଦର୍ଶନ ଭଲ ନ ଥିଲା। ତେବେ ତାଙ୍କ ଆଘାତର ପ୍ରକୃତ କାରଣ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ। କିନ୍ତୁ ସେ ଦୀର୍ଘ ସମୟ ଧରି ବାହାରେ ରହିପାରନ୍ତି ବୋଲି କୁହାଯାଉଛି। ତେବେ ସେ ଘରକୁ ଫେରିବେ ନାହିଁ ଏବଂ ଦଳ ସହିତ ରହିବେ। ଟେଷ୍ଟ ସିରିଜରେ ସେ ଫିଟ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ୨୦ ଦିନର ବିରତି ଦିଆଯାଇଛି। ଖେଳାଳିମାନେ ଜୁଲାଇ ୧୪ରେ ଏକାଠି ହେବେ। ଏହା ପରେ ଆନ୍ତଃସ୍କ୍ବାଡ ମ୍ୟାଚ ଖେଳାଯିବ। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ ଅଗଷ୍ଟ ୪ ରୁ ଆରମ୍ଭ ହେବ। ୨୦୧୮ ରେ, ଇଂଲଣ୍ଡ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୧-୪ ରେ ପରାସ୍ତ କରିଥିଲା। ଏହା ଉପରେ ବିରାଟ କୋହଲି ତାଙ୍କ ଅଧିନାୟକତ୍ୱରେ ପୁରୁଣା ପରାଜୟର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି।

Share