Categories: ଖେଳ

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌ ୧ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏବେ ପ୍ରଶ୍ନ ଉଠିଛି ଯେ, ଭାରତୀୟ ଖେଳାଳିମାନେ ଏହି ୫ ଦିନ ମଧ୍ୟରେ ବିଶ୍ୱକପ୍‌ ପାଇଁ ଆମେରିକା କେମିତି ଯାଇ ନିଜକୁ ପ୍ରସ୍ତୁତ କରିପାରିବେ। ଏକ ରିପୋର୍ଟ ନଉଯାୟୀ ଭାରତୀୟ ଖେଳାଳିମାନେ ଆଇପିଏଲ ମଝିରେ ବିଶ୍ୱକପ ପାଇଁ ଆମେରିକା ଯିବେ।
ଭାରତୀୟ ଦଳ ମେ ୨୧ରେ ଆମେରିକା ଯିବେ। ଏହି ପ୍ରଥମ ବ୍ୟାଚ ସେହି ଭାରତୀୟ ଖେଳାଳିଙ୍କୁ ସାମିଲ କରିବ ଯେଉଁମାନେ ଆଇପିଏଲ ପ୍ଲେ ଅଫର ଅଂଶ ହେବେ ନାହିଁ। ଏଭଳି ପରିସ୍ଥିତିରେ ଆଇପିଏଲ ୨୦୨୪ ମଧ୍ୟରେ କେଉଁ ଭାରତୀୟ ଖେଳାଳି ବିଶ୍ୱକପ ପାଇଁ ଯିବେ ତାହା ଦେଖିବା ମଜାଦାର ହେବ।

Share