Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ୧୦ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ

ମୁମ୍ବାଇ,୧।୭: ଏକମାତ୍ର ମହିଳା ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌କୁ ୧୦ ୱିକେଟରେ ହରାଇଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱ ଟିମ୍‌ ୬୦୩/୬ ରେ ପ୍ରଥମ ଇନିଂସ ଘୋଷଣା କରିଥିଲେ। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୬୬ ରନ ସଂଗ୍ରହ କରିଥିଲା।

ତା’ପରେ ଭାରତ ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଲା। ଦ୍ୱିତୀୟ ଇନିଂସରେ ଫଲୋଅନ୍‌ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୩୭୩ ରନରେ ଆଉଟ ହୋଇଯାଇଥିଲା। ଏମିତିରେ ଭାରତ ଦ୍ୱିତୀୟ ଇନିଂସରେ ୩୭ ରନର ଲକ୍ଷ୍ୟ ବିନା ଓ୍ବିକେଟରେ ହାସଲ କରିଥିଲା।
ଭାରତ ପାଇଁ ପ୍ରଥମ ଇନିଂସରେ ଶେଫାଳୀ ବର୍ମା ୧୯୭ବଲରେ ୨୦୫ରନ ସ୍କୋର କରିଥିଲେ, ଯେଉଁଥିରେ ୨୩ ଚୌକା ଓ ୮ଛକା ଅନ୍ତର୍ଭୁକ୍ତ। ଏମାନଙ୍କ ବ୍ୟତୀତ ସ୍ମୃତି ମନ୍ଧାନା ୧୪୯ ରନର ଇନିଂସ ଖେଳିଥିଲେ। କ୍ୟାପଟେନ ହରମନପ୍ରୀତ କୌର ୧୧୫ ବଲରେ ୬୯ରନ, ୱିକେଟ କିପର ଋଚା ଘୋଷ ୯୦ ବଲରେ ୮୬ ରନ ଏବଂ ଜେମିମା ରୋଡ୍ରିଗେଜ ୯୪ବଲରେ ୫୫ ରନ ସଂଗ୍ରହ କରିଥିଲେ। ଶୁଭା ସତୀଶ ୧୫ ରନ ସଂଗ୍ରହ କରିଥିବାବେଳେ ଦୀପ୍ତି ଶର୍ମା ୨ ରନ ସ୍କୋର କରିବା ପରେ ଅପରାଜିତ ରହିଥିଲେ।

Share