ସଂକ୍ରମଣ ୧ଲକ୍ଷ ୩୧ ହଜାର ପାର୍‌

ଭୁବନେଶ୍ୱର, ୯ା୯(ବ୍ୟୁରୋ): କରୋନାରେ ରାଜ୍ୟରେ ଦୈନିକ ୩ହଜାର ଉପରେ ଆକ୍ରାନ୍ତ ହେଉଛନ୍ତି। ଶେଷ ୨୪ ଘଣ୍ଟା ମଧ୍ୟରେ ୪୧,୨୭୫ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୩,୪୯୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୨୦୯୪ଜଣ ଥିବାବେଳେ ୧୩୯୬ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି।
ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ପୂର୍ବଭଳି ଖୋର୍ଦ୍ଧା ଜିଲାରେ ପୁଣି ସର୍ବାଧିକ ୫୩୫ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି କଟକ ଜିଲାରୁ ୩୭୬ଜଣ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗୀର ୧୧୦, ରାୟଗଡ଼ା ୨୦୬, ପୁରୀ ୨୧୭, ଯାଜପୁର ୧୭୮, ମୟୂରଭଞ୍ଜ ୨୦୭ , ଝାରସୁଗୁଡ଼ା ୧୦୩, ସୁବର୍ଣ୍ଣପୁର ୧୦୭ ଓ ନୂଆପଡ଼ା ଜିଲାରୁ ୧୦୨ଜଣ ରହିଛନ୍ତି। ଏଥିସହ ଅନ୍ୟସବୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏହା ତଳକୁ ରହିଛି। ତେବେ ପୂର୍ବରୁ ଶୀର୍ଷରେ ରହିଆସୁଥିବା ଗଞ୍ଜାମ ଜିଲାରୁ ମାତ୍ର ୬୯ଜଣ ପଜିଟିଭ୍‌ ବାହାରିଥିବାବେଳେ ବୌଦ୍ଧ ଜିଲାରୁ ସର୍ବନିମ୍ନ ୨୫ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨୨,୭୧୭ଜଣ ସଂକ୍ରମିତ ହୋଇଥିବାବେଳେ ଏହା ତଳକୁ ରହିଥିବା ଗଞ୍ଜାମରେ ସଂକ୍ରମିତଙ୍କ ସଂଖା ୧୮,୮୧୨ ପହଞ୍ଚତ୍ଛି। ସେହିଭଳି କଟକ ୧୧,୧୨୭, ରାୟଗଡ଼ା ୫୬୬୮, ମୟୂରଭଞ୍ଜ ୫୦୮୦, ଯାଜପୁର ୫୦୬୬, ସୁନ୍ଦରଗଡ଼ ୫୦୦୭, ପୁରୀ ୪୮୪୦, ବାଲେଶ୍ୱର ୪୫୨୭, କୋରାପୁଟ ୪୨୪୪, ବରଗଡ଼ ୩୬୮୦, ନୟାଗଡ଼ ୩୪୭୨, ସମ୍ବଲପୁର ୩୪୬୦, ଭଦ୍ରକ ୩୪୫୭, କେନ୍ଦ୍ରାପଡ଼ା ୩୩୯୪, ଗଜପତି ୩୦୪୭, ମାଲକାନଗିରି ୨୬୦୭, କନ୍ଧମାଳ ୨୫୨୦, କେନ୍ଦୁଝର ୨୫୦୭, ଜଗତ୍‌ସିଂହପୁର ୨୪୬୩, ବଲାଙ୍ଗୀର ୨୨୦୯, ଢେଙ୍କାନାଳ ୨୧୪୫, ଝାରସୁଗୁଡ଼ା ୨୦୭୮, କଳାହାଣ୍ଡି ୧୬୭୭, ନବରଙ୍ଗପୁର ୧୫୧୨, ଅନୁଗୋଳ ୧୩୭୫, ସୁବର୍ଣ୍ଣପୁର ୧୨୯୧, ନୂଆପଡ଼ା ୯୮୮, ବୌଦ୍ଧ ୮୬୮ ଓ ଦେବଗଡ଼ରେ ସବୁଠାରୁ କମ୍‌ ୨୯୨ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୩ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି। ପୁରୀରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ୬୦ବର୍ଷୀୟ ମହିଳା ଓ ଅନ୍ୟ ଦୁଇଜଣ ୪୫ ଓ ୬୦ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ରାୟଗଡ଼ା, ଗଞ୍ଜାମ ଓ ମୟୂରଭଞ୍ଜରୁ ୨ଜଣ ଲେଖାଏ ଏବଂ ଭୁବନେଶ୍ୱର, କଟକ, କନ୍ଧମାଳ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Share