ପୋଲିସ ଗୁଇନ୍ଦା ସୂଚନାଦାତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୦ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଦାନ୍ତଓ୍ବୋଡ଼ାଠାରେ ପୋଲିସର ଗୁଇନ୍ଦା ସୂଚନାଦାତା ସମ୍ବନ୍ଧରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଯବାନ ଜଣଙ୍କ ହେଲେ ଟାଟୁମ ଗ୍ରାମର ବାସିନ୍ଦା ଉମେଶ ମାର୍କମ। ମଙ୍ଗଳବାର ରାତିରେ ଗାଁକୁ କିଛି ମାଓବାଦୀ ଆସି ଉମେଶଙ୍କୁ ହତ୍ୟା କରିଥିଲେ। ଟାଟୁମ ଗ୍ରାମରେ ହୋଇଥିବା କ୍ୟାମ୍ପରେ ଉମେଶଙ୍କ ବିଶେଷ ଭୂମିକା ଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଦାନ୍ତଓ୍ବୋଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ସେହି ଅଞ୍ଚଳଗୁଡ଼ିକରେ ବିଭିନ୍ନ କ୍ୟାମ୍ପ ହେବା ଯୋଗୁ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି। ତେଣୁ ମାଓବାଦୀମାନେ ଏଭଳି କାର୍ଯ୍ୟ କରୁଛନ୍ତି।

Share