ଧର୍ମଘଟରେ ସାମିଲ ହେଲେ ବୀମା କର୍ମଚାରୀ ସଂଘ

ଝାରସୁଗୁଡ଼ା ଅଫିସ,୨୮।୩: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଝାରସୁଗୁଡା ବେହେରାମାଳସ୍ଥିତ ଏଲ୍‌ଆଇସି କାର୍ଯ୍ୟାଳୟରେ ସୋମବାର ବୀମା କର୍ମଚାରୀ ସଂଘ ଧରଣା ଦେଇଛନ୍ତି। ବୀମା ଓ ବ୍ୟାଙ୍କ କ୍ଷେତ୍ରରେ ଘରୋଇକରଣକୁ ବିରୋଧ, ବୀମାରେ ଆଇପିଓ ଆଣିବାକୁ ବିରୋଧ, ବେଲଗାମ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ସହିିତ ଅନ୍ୟାନ୍ୟ ୮ଟି ଦାବିି ନେଇ ସର୍ବ ଭାରତୀୟସ୍ତରରେ ୧୦୨ଟି ଫେଡରେଶନ ଓ ଆସୋସିଏଶନ ଦାବିକୁ ସମର୍ଥନ ଜଣାଇଛନ୍ତି। ଅରୁନ ଚଇନିି, ବେଦବ୍ୟାସ ଭୋଇ, ରତ୍ନାକର ପ୍ରଧାନ, ନବୀନ ସିହ୍ନା ପ୍ରମୁଖ ଏହି ଆନ୍ଦୋଳନରେ ସାମିଲଥିଲେ।