ପଦାରେ ପଡ଼ିଲା ପ୍ରିୟଙ୍କା ଚୋପ୍ରାଙ୍କ ଶାଶୁଘରର ଭିତିରି କଥା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକ୍‌ ତଥା ଜୋନାସ ପରିବାରର ସାନ ବୋହୂ। ତେବେ ଗତ କିଛି ଦିନ ହେବ ପ୍ରିୟଙ୍କାଙ୍କ ଶାଶୁଘରେ କିଛି ଭଲ ଚାଲି ନାହିଁ। ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ପ୍ରିୟଙ୍କାଙ୍କ ଦେଢ଼ଶୁର ଜୋ ଜୋନାସ ଏବଂ ଯାଆ ସୋଫି ଟର୍ନର ଅଲଗା ହେବାକୁ ଯାଉଛନ୍ତି ଏବଂ ଉଭୟ ମଧ୍ୟ ଏନେଇ ନିଷ୍ପତ୍ତି ନେଇଯାଇଛନ୍ତି। ସେମାନଙ୍କ ଛାଡ଼ପତ୍ର ପଛର କାରଣ ମଧ୍ୟ ସାମ୍ନାକୁ ଆସିଛି। ତେବେ ଜୋନାସଙ୍କ ପରିବାର ପକ୍ଷରୁ ଏନେଇ କୌଣସି ବିବୃତ୍ତି ସାମ୍ନାକୁ ଆସିନାହିଁ।

ଏକ ସାକ୍ଷାତକାରରୁ ଜଣାପଡ଼ିଛି, ଉଭୟ ଜୋ ଏବଂ ସୋଫି ଅଲଗା ଜୀବନଶୈଳୀ ବଞ୍ଚନ୍ତି। ଜୋ ଘରେ ଏବଂ ତାଙ୍କ ପରିବାର ସହିତ ରହିବାକୁ ପସନ୍ଦ କରୁଥିବା ବେଳେ ସୋଫି ବାହାରକୁ ଯାଇ ପାର୍ଟି କରିବାକୁ ପସନ୍ଦ କରନ୍ତି। ଏପରିକି ଜୋ ତାଙ୍କ ଦୁଇ ଝିଅଙ୍କ ଖବର ବୁଝନ୍ତି। କୁହାଯାଉଛି, ଜୋ ଗତ ତିନିମାସ ଧରି ଦୁଇ ଝିଅଙ୍କର ଏକାକୀ ଯତ୍ନ ନେଉଥିଲେ ଏବଂ କନସର୍ଟ ସମୟରେ ସେମାନଙ୍କୁ ସାଙ୍ଗରେ ନେଇଥିଲେ। ସୋଫି ୨୦୨୦ରେ ପ୍ରଥମ ଝିଅକୁ ଜନ୍ମ ଦେଇଥିଲେ। ଦ୍ୱିତୀୟ ଥର ପାଇଁ ୨୦୨୨ରେ ଆଉ ଏକ ଝିଅକୁ ଜନ୍ମ ଦେଇଥିଲେ। ଯଦିଓ ଏହି ଦମ୍ପତି ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ନିଜ ଝିଅଙ୍କ ଫଟୋ ଶେୟାର କରିନାହାନ୍ତି।

ଏହି ଦମ୍ପତିଙ୍କ ପ୍ରେମ କାହାଣୀ ୨୦୧୬ରେ ଆରମ୍ଭ ହୋଇଥିଲା। ଏହି ଦମ୍ପତିଙ୍କର ୨୦୧୭ରେ ନିର୍ବନ୍ଧ ହୋଇଥିଲ ଏବଂ ୨୦୧୯ରେ ବିବାହ କରିଥିଲେ। ବିବାହ ପରେ ଏହି କପଲ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।

Share