ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଲିକ୍‌ ମାତ୍ରେ ହୋଇଥିଲା ଭାଇରାଲ୍‌

ଫିଲ୍ମ ନିର୍ମାଣ ହେବା ପରେ ତାହାକୁ ସେନ୍ସର ବୋର୍ଡକୁ ପଠାଯାଏ। ପ୍ରଥମେ ବୋର୍ଡ ସଦସ୍ୟ ଏହାକୁ ଦେଖିଥାନ୍ତି। ଯଦି ଏଥିରେ କିଛି ଆପତ୍ତିଜନକ ଦୃଶ୍ୟ ଥାଏ, ନିର୍ମାତାଙ୍କୁ ଏହା ହଟାଇବାକୁ କୁହାଯାଏ। ବୋର୍ଡ ନିର୍ଦ୍ଦେଶ ପରେ ଫିଲ୍ମ ସିନେମା ହଲରେ ପହଞ୍ଚେ। ଅନେକ ସମୟରେ, ଫିଲ୍ମରେ ଏତେ ବୋଲ୍ଡ ସିନ୍‌ ଥାଏ, ତାହାକୁ ନେଇ ଚର୍ଚ୍ଚା ଚାଲିଥାଏ। ଅନେକ ସମୟରେ ଏପରି ଘଟେ ଯେ, ଦୃଶ୍ୟଗୁଡିକ ଫିଲ୍ମରୁ କଟାଯାଇଥାଏ। ବେଳେବେଳେ ଏହା ଲିକ୍‌ ହୋଇଯାଏ। ତେବେ ଅଭିନେତ୍ରୀ ମାହି ଗିଲଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ତାଙ୍କର ଏକ ଅନ୍ତରଙ୍ଗ ଦୃଶ୍ୟ ଲିକ୍‌ ହୋଇଥିଲା। ପରେ ତାହା ଭାଇରାଲ ହୋଇଥିଲା। ମାହି ଏବଂ ରଣଦୀପ ହୁଡାଙ୍କ ଫିଲ୍ମ ‘ସାହେବ ବିବି ଅର ଗ୍ୟାଙ୍ଗଷ୍ଟର୍‌’ ର ଏକ ଅନ୍ତରଙ୍ଗ ଦୃଶ୍ୟ ଲିକ୍‌ ହୋଇଥିଲା । ଏହା ପରେ ଫିଲ୍ମର ଆହୁରି ଅନେକ ଦୃଶ୍ୟ ମଧ୍ୟ ଲିକ ହୋଇଥିଲା। ସେହିପରି ଗୋଟିଏ ଦୃଶ୍ୟରେ ଜିମି ସେର୍ଗିଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Share