ଭୁବନେଶ୍ୱର,୧୯।୪(ବ୍ୟୁରୋ): ଭୁବନେଶ୍ୱର ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ଏସ୍ଆଇ ଏସ. କେ. ବେହେରାଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ଜଣେ ଇନ୍ସପେକ୍ଟର ର଼୍ୟାଙ୍କର ଅଧିକାରୀ ତଦନ୍ତ କରିବେ। ପୋଷ୍ଟମଟର୍ମ ରିପୋର୍ଟ ସହ କେଉଁ ପରିସ୍ଥିତିରେ ସେ ଆସିଲେ କେତେବେଳେ ଅସୁସ୍ଥ ଅନୁଭବ କଲେ ଓ କେତେବେଳେ ତାଙ୍କୁ ମେଡିକାଲ ନେଲେ ସେ ଦିଗରେ ହେବ ତଦନ୍ତ । ଏନ୍ଏଚ୍ଆରସି ଗାଇଡ଼ଲାଇନ ଅନୁସାରେ ତଦନ୍ତ ହେଉଛି ନା ନାହିଁ ଅତିରିକ୍ତ ଡିସିପି ରାଙ୍କର ଅଧିକାରୀ ତାହାର ତଦାରଖ କରିବେ । ୪୮ ଘଣ୍ଟା ଭିତରେ ଏହି ରିପୋର୍ଟ ଡିସିପିଙ୍କୁ ଦିଆଯିବା ପରେ ଡିସିପି ଏହି ରିପୋର୍ଟ ଏନ୍ଏଚ୍ଆରସିକୁ ପଠାଇବେ ।