ଚାଲିଛି ଜେରା, ବଢୁଛି ଛନକା

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାଧନ୍ଦାର ବିଜ୍‌ନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆରମ୍ଭରୁ ହଡ଼ବଡ଼େଇ ଯାଉଥିବା ଖଗେଶ୍ୱର ଶନିବାର ରିମାଣ୍ଡର ଦ୍ୱିତୀୟ ଦିନରେ ଜେରାବେଳେ କିଛି ସତ ଓକାଳିଥିବା କୁହାଯାଉଛି। ଇଡି ଅଧିକାରୀମାନେ ତାଙ୍କୁ ଗୁଡ଼େଇତୁଡ଼େଇ ବାରମ୍ବାର ପ୍ରଶ୍ନ ପଚାରି ବହୁ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛନ୍ତି। ଗତ ୫ବର୍ଷ ଭିତରେ ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ଏବଂ ହନିଟ୍ରାପ ଘଟଣାରେ ସଂପୃକ୍ତ ଥିବା କେତେଜଣ ନେତା, ମନ୍ତ୍ରୀ ଓ ବ୍ୟବସାୟୀଙ୍କ ତଥ୍ୟ ଖଗେଶ୍ୱର ଇଡିକୁ ଦେଇଥିବା ବିଶେଷସୂତ୍ରରୁ ଜଣାପଡିଛି। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ତାଙ୍କର ପରିଚୟ ହେବାଠାରୁ ଗିରଫ ପର୍ଯ୍ୟନ୍ତ ପୂରା କାର୍ଯ୍ୟକଳାପ, ୨ଟି ପୁରୁଣା ଗାଡି ଶୋ’ରୁମ୍‌ରେ କେତେ ଟଙ୍କା ବିନିଯୋଗ, ଖଗେଶ୍ୱରଙ୍କ ଆକାଉଣ୍ଟରେ ୫୦ ଲକ୍ଷ କେଉଁଠୁ ଆସିଲା, ଆଉକେତେ ନଗଦ କାରବାର ହୋଇଥିଲା, ସେସବୁ ଜାଣିବାକୁ ଚାହିଁଛି ଇଡି। ଏଥିସହ ଏହି ୩ଜଣଙ୍କ ଆର୍ଥିକ କାରବାରର ଖୋଳତାଡ କରୁଛି ଇଡି। ଅପରପକ୍ଷରେ ଜେରା ସମୟରେ ଖଗେଶ୍ୱର କେଉଁ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନଁା ନେଇଛନ୍ତି ତାହାକୁ ଇଡି ଗୋପନ ରଖିଛି। ସେହିଭଳି ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ ଆଲିସାନ ବଙ୍ଗଳାରେ ଦେଢ଼ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେ ଦିଗକୁ ନେଇ ମଧ୍ୟ ତଦନ୍ତ ଚଳାଇଛି। ତେବେ ଅର୍ଚ୍ଚନା, ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ଖଗେଶ୍ୱରଙ୍କ ସହ ମୁହାଁମୁହିଁ ଜେରା କରି ଯୌନ କେଳେଙ୍କାରୀ ଓ କଳାଧନ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ଯୋଜନା କରୁଛି। ଖାଲି ସେତିକି ନୁହେଁ, ଘଟଣା ଉପରୁ ପରଦା ହଟାଇବା ସହ ପ୍ରଭାବଶାଳୀଙ୍କ ହାତରେ ହାତକଡି ପିନ୍ଧାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂରା ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି। ଏଥିପାଇଁ ଇଡି ପକ୍ଷରୁ ୪ଟି ଗ୍ରୁପ୍‌ କରାଯାଇଥିବାବେଳେ ପ୍ରତି ଗ୍ରୁପ୍‌ରେ ୬ଜଣ ଲେଖାଏ ଅଫିସର ରହିଛନ୍ତି। ଅଭିଯୁକ୍ତଙ୍କ ଆର୍ଥିକ କାରବାର ନେଇ ଏସ୍‌ଆଇଟିର ରିପୋର୍ଟ ତଲବ ଓ ଇଡିର ପଦକ୍ଷେପ ପରେ ସମ୍ପୃକ୍ତ ପ୍ରଭାବଶାଳୀଙ୍କ ଛାତିରେ ଛନକା ବଢ଼ିଛି। ଏସ୍‌ଆଇଟି ଅର୍ଚ୍ଚନାଙ୍କ କଳାଧନର ଖୋଳତାଡ଼ ଖୁବ୍‌ଶୀଘ୍ର ଆରମ୍ଭ କରିବ ବୋଲି ଜଣାପଡିଛି।
ସୂଚନାନୁସାରେ, ହନିଟ୍ରାପ୍‌ରେ ଫସାଇ ଟଙ୍କା ଲୁଟିବା ନେଇ ଅଭିଯୋଗ ଆସିବା ପରେ କମିଶନରେଟ ପୋଲିସ ଗତ ଅକ୍ଟୋବର ୬ରେ ବ୍ଲାକ୍‌ମେଲର ଅର୍ଚ୍ଚନାଙ୍କୁ ଗିରଫ କରି ଚୁପ୍‌ଚାପ୍‌ କୋର୍ଟ ଚାଲାଣ କରିଥିଲା। ଥାନାଧିକାରୀଙ୍କଠାରୁ ଆରମ୍ଭ କରି ପୋଲିସ କମିଶନରଙ୍କ ପର୍ଯ୍ୟନ୍ତ ସମସ୍ତେ ଘଟଣାକୁ ଲୁଚାଇ ରଖିଥିଲେ। ଗଣମାଧ୍ୟମ ଏହାକୁ ପଦାକୁ ଆଣିବା ପରେ ଶେଷରେ ପୋଲିସ ସତ ବଖାଣିଥିଲା। ଏଥିସହ ଏହାର ୧୫ ଦିନ ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଗଲା। ଅର୍ଚ୍ଚନା ଓ ଜଗବନ୍ଧୁ ଝାରପଡ଼ା ଜେଲରେ ଥିବାବେଳେ ସହଯୋଗୀ ଖଗେଶ୍ୱରଙ୍କ ଦେହରେ ହାତ ଲଗାଇ ନ ଥିଲା ପୋଲିସ। ଗତ ୧୦ ତାରିଖରେ ଇଡି ଅର୍ଚ୍ଚନାଙ୍କ ଘର ଓ ପାର୍ଟନର ଖଗେଶ୍ୱରଙ୍କ କାର୍‌ ଶୋ’ରୁମ୍‌ ସମେତ ୬ଟି ସ୍ଥାନରେ ଚଢ଼ାଉ କରି ଯାଞ୍ଚ କରିଥିଲା। ଏଥିସହ ଖଗେଶ୍ୱରଙ୍କୁ ଉଠାଇ ଆଣି ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮୪୩ ଜିଓ ଟ୍ୟାଗ୍‌ଡ ଅଧିକାରୀଙ୍କ ଦରମା ବନ୍ଦ

ବାରିପଦା,୩୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୮୪୩ ଜିଓ ଟ୍ୟାଗ୍‌ଡ ଅଫିସରଙ୍କ ଦରମା ବନ୍ଦ କରାଯାଇଛି।...

ଅନୁଭୂତ ହେବ ଶୀତ, ପଡ଼ିବ କୁହୁଡ଼ି

ଭୁବନେଶ୍ୱର,୩୦ା୧୦(ଅନୁରାଧା ମହାରଣା): କେନ୍ଦ୍ରୀୟ ଭାରତରେ ବୁଧବାର ସୁଦ୍ଧା ଏକ ଗୁରୁଚାପ ବଳୟ ସକ୍ରିୟ ହୋଇପାରେ। ଏହା ପରଠାରୁ ରାଜ୍ୟ ବାୟୁମଣ୍ଡଳରେ ଗତ କିଛିଦିନ ହେଲା ସକ୍ରିୟ...

ବିଜେଡିରୁ ଇସ୍ତଫା ଦେବା ପରେ ବିସ୍ଫୋରକ ବୟାନ ଦେଲେ ସୁନନ୍ଦା, କହିଲେ ପାଣ୍ଡିଆନ ଡାକିଥିଲେ କିନ୍ତୁ…

ଭୁବନେଶ୍ୱର,୩୦।୧୦: ବିଜେଡିରୁ ଇସ୍ତଫା ଦେବା ପରେ ସୁନନ୍ଦା ଦାସ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅଫିସର ମାନେ ବିଜେଡି ଟିକେଟ ବାଣ୍ଟୁଥିଲେ। ଡିଏସ କୁଟ୍ଟେ...

ସାଙ୍ଘାତିକ ଗୋଷ୍ଠୀ ସଂଘର୍ଷ:୩ ମହିଳା ସହ ୫ ଜଣଙ୍କୁ ନିର୍ମମ ହତ୍ଯା, ୪ ଗୁରୁତର

ସୁନ୍ଦରଗଡ,୩୦/୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗୀତାପଡାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ତିନି...

ଗୁରୁଚାପ ବଳୟ ସକ୍ରିୟ:ଅନୁଭୂତ ହେବ ଶୀତ, ପଡ଼ିବ କୁହୁଡ଼ି

ଭୁବନେଶ୍ୱର,୩୦ା୧୦(ଅନୁରାଧା ମହାରଣା):କେନ୍ଦ୍ରୀୟ ଭାରତରେ ବୁଧବାର ସୁଦ୍ଧା ଏକ ଗୁରୁଚାପ ବଳୟ ସକ୍ରିୟ ହୋଇପାରେ। ଏହା ପରଠାରୁ ରାଜ୍ୟ ବାୟୁମଣ୍ଡଳରେ ଗତ କିଛିଦିନ ହେଲା ସକ୍ରିୟ ଥିବା...

‘୫ ମାସ ହେଲା ଦଳରେ ଅଣଦେଖା ହେଉଥିଲି’, ବିଜେଡି ଛାଡିଲେ ଶ୍ରେଷ୍ଠ ବିଧାୟିକା ସୁନନ୍ଦା ଦାସ

ବରୀ,୨୯।୧୦: ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ସୁପ୍ରିମୋ...

କଥା କଟାକଟିରୁ ସୁନାଦୋକାନୀଙ୍କ ଏସିଡ୍‌ ମାଡ, ରାଜମିସ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ

ଖଇରା, ୨୯ା୧୦(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଡିଗଡିଆ ବଜାରସ୍ଥିତ ଅଶୋକ ସାହୁ ନାମକ ଗହଣା ଦୋକାନୀଙ୍କ ଏସିଡ୍‌ ଆକ୍ରମଣରେ ରାମଚନ୍ଦ୍ର ପାଢୀ ନାମକ...

ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୯।୧୦: କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri