ଅଧାବାଟରେ ତଦନ୍ତ, ଚିହ୍ନଟ ହୋଇନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ ମେଡିକାଲ(ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ। ନିମ୍ନମାନର ରୋଗୀସେବାକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସୁଥିବା ଏହି ଡାକ୍ତରଖାନା କେତେଜଣଙ୍କ ପାଇଁ ବେଆଇନ ରୋଜଗାରର ପନ୍ଥା ପାଲଟିଛି। ଗତବର୍ଷ ନଭେମ୍ବର ୧୬ରେ ଏମ୍‌କେସିଜି ମେଡିକାଲର ସେଣ୍ଟ୍ରାଲ ଗୋଦାମରୁ ରୀତିମତ ସରକାରୀ ଔଷଧ, ଇଞ୍ଜେକ୍ସନ ଲୁଟ ଚାଲିଥିବା ଓ ଏହା ପଛରେ ଏକ ର଼୍ୟାକେଟ କାମ କରୁଥିବା ସୁରାକ ମିଳିଥିଲା। ସେ ସମୟରେ ଜଣେ ଆଟେଣ୍ଡାଣ୍ଟ ସର୍ଜରୀ ୱାର୍ଡରୁ ଔଷଧ, ଇଞ୍ଜେକ୍ସନ ଚୋରି କରୁଥିବା ସିସିଟିଭି ଫୁଟେଜରୁ ଧରାପଡ଼ିବା ପରେ ର଼୍ୟାକେଟର ଭୂମିକା ପଦାକୁ ଆସିଥିଲା। ସେହିପରି ଗତ କିଛିଦିନ ତଳେ ବଡ଼ ଡାକ୍ତରଖାନାର ପୁରୁଣା ଇନଡୋର୍‌ କୋଠାରୁ ଏଭଳି ବିପୁଳ ପରିମାଣ ଇଞ୍ଜେକ୍ସନ୍‌ ଜବତ ହୋଇଥିଲା। ଯାହାକି ବାହାରକୁ ଚାଲାଣ ପାଇଁ ରଖାଯାଇଥିଲା ବୋଲି ସ୍ପଷ୍ଟ ହୋଇଛି। ବିଗତ ଦିନରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିଛି। କିନ୍ତୁ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ନାଁକୁ ମାତ୍ର ତଦନ୍ତ କରି ଘଟଣାକୁ ଚାପି ଦେଉଥିବା ଅଭିଯୋଗ ହେଉଛି।
ରୋଗୀଙ୍କ ପାଇଁ ବଡ଼ ଡାକ୍ତରଖାନାକୁ ରାଜ୍ୟ ସରକାରଙ୍କ ଓଏସ୍‌ଏମସି (ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେସନ୍‌)ରୁ ମାଗଣା ଔଷଧ ଆସିଥାଏ। ଏହି ଔଷଧ ରଖିବା ପାଇଁ ଏମକେସିଜି ପରିସରରେ ସ୍ବତନ୍ତ୍ର ଭାବେ ଡ୍ରଗ୍‌ ହାଉସ୍‌ ରହିଛି। ସେହିପରି ଯେଉଁ ଔଷଧ ସରକାରଙ୍କ ତରଫରୁ ଯୋଗାଣ ହୋଇ ନ ଥାଏ, ତାହା ମେଡିକାଲ କର୍ତ୍ତୃପକ୍ଷ ଘରୋଇ ସଂସ୍ଥାରୁ କ୍ରୟ କରିଥାନ୍ତି। ଗତ ଜୁଲାଇ ୧୦ତାରିଖ ରାତିରେ ମେଡିକାଲ ଫାଣ୍ଡି ପୋଲିସ ବଡ଼ ଡାକ୍ତରଖାନା ଫାଣ୍ଡି ପୋଲିସ ଏକ ମୋବାଇଲ୍‌ ଚୋରକୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ଯାଞ୍ଚ କରୁଥିବା ବେଳେ ପୁରୁଣା ଇନଡୋର୍‌ କୋଠାର ଏକ ବସ୍ତାରେ ଥିବା ୨୫ ପ୍ୟାକେଟ୍‌ ଇଞ୍ଜେକ୍ସନ୍‌ ଜବତ କରିଥିଲା। ସେହି ଆଣ୍ଟିବାୟୋଟିକ୍‌ (ସେଫ୍ଟ୍ରିଆକ୍ସଜୋନ୍‌ ଆଣ୍ଡ୍‌ ସଲ୍ବାକ୍ଟମ୍‌) ଇଞ୍ଜେକ୍ସନ୍‌ କିଏ ସେଠାରେ ରଖିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଏହି ଇଞ୍ଜେକ୍ସନ ବଡ଼ ଡାକ୍ତରଖାନା ପାଇଁ ଘରୋଇ ସଂସ୍ଥାରୁ କ୍ରୟ କରାଯାଇଥିଲା। ତେବେ ରୋଗୀଙ୍କୁ ଦେବା ବଦଳରେ ସେଠାକୁ କେମିତି ଗଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଗତବର୍ଷ ଜଣେ ଆଟେଣ୍ଡାଣ୍ଟ୍‌ ସର୍ଜରି ବିଭାଗରୁ ଔଷଧ ଚୋରି କରି ନେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ। ସମ୍ପୃକ୍ତ ଆଟେଣ୍ଡାଣ୍ଟ୍‌ ଗିରଫ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। କିନ୍ତୁ ଏହି କାରବାର ପଛରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଥିଲା, ଏହି ଔଷଧ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ସେ ଦିଗ ପ୍ରତି ଆଉ ତଦନ୍ତ ହେଲା ନାହିଁ। ପୁରୁଣା କୋଠାରୁ ଇଞ୍ଜେକସନ ଜବତ ଘଟଣା ନେଇ ତଦନ୍ତକାରୀ ଅଧିକାରୀ ତଥା ଏସଆଇ ଏସ. କେ. ଭୂୟାଁ କହିଛନ୍ତି ,
ଏମକେସିଜି ଅଧିକ୍ଷକଙ୍କ ରିପୋର୍ଟ ଆଧାରରେ ବୈଦ୍ୟନାଥପୁର ଥାନାରେ ୩୨୬/୨୩ ରେ ଏକ ମାମଲା ରୁଜୁ ହୋଇଛି। ମାମଲା ପରେ ପୋଲିସ ସନ୍ଦେହରେ କେତେଜଣ କର୍ମଚାରୀଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ହେଲେ ଏ ଯାବତ ଅଭିଯୁକ୍ତ ଚିହ୍ନଟ ହୋଇପାରିନାହାନ୍ତି। ଅନ୍ୟପଟେ ଏମକେସିଜି କର୍ତ୍ତୃପକ୍ଷଙ୍କ ଦ୍ୱାରା ଗଠିତ ଏକ ଟିମ ବିଭାଗୀୟ ତଦନ୍ତ କରିଥିଲେ। ଉକ୍ତ ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ପୋଲିସ ନିକଟରେ ଦାଖଲ ହୋଇପାରିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri