ଅଦୃଶ୍ୟ ସୈନିକ

ରଙ୍ଗବେରଙ୍ଗ ଫୁଲରେ ଭରିଯାଇଥିଲା ବଗିଚା। ପ୍ରଜାପତି ଓ ମହୁମାଛିମାନଙ୍କ ଗୁଣୁଗୁଣୁ ସଙ୍ଗୀତ ପରିବେଶକୁ ଅଧିକ ମତୁଆଲା କରୁଥିଲା। ସେ ବାଟ ଦେଇ ଯାଉଥିବା ପଥିକମାନେ ମଧ୍ୟ ବଗିଚାର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରନ୍ତି, ବଗିଚାର ଯତ୍ନ ନେଉଥିବା ବୃଦ୍ଧାଙ୍କର କରନ୍ତି ଭୂୟସୀ ପ୍ରଶଂସା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବଗିଚାରେ କାମ କରନ୍ତି ବୃଦ୍ଧା। ପ୍ରତ୍ୟେକ ଗଛର ଯତ୍ନ ନିଅନ୍ତି। ଥରେ ବୃଦ୍ଧାଙ୍କୁ ଜ୍ୱର ହେଲା। ଜ୍ୱରହେବା ସତ୍ତ୍ୱେ ସେ ବଗିଚାରେ ଦିନତମାମ କାମରେ ଲାଗି ଥାଆନ୍ତି। ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ତାଙ୍କ ପୁଅ କହିଲା, ”ମା! ଜ୍ୱରରେ କାମ କଲେ ତମ ଦେହ ବହୁତ ଖରାପ ହୋଇଯିବ, କିଛି ଦିନ ମାମୁ ଘରକୁ ଯାଇ ବିଶ୍ରାମ କର, ଦେହ ଭଲ ହେବା ପରେ ବଗିଚାକୁ ଫେରି ଗଛଗୁଡ଼ିକର ଯତ୍ନ ନେବ। ମୁଁ ତମକୁ କଥା ଦେଉଛି, ତମ ଅନୁପସ୍ଥିତିରେ ମୁଁ ଗଛଗୁଡ଼ିକର ଯତ୍ନ ନେବି। ଟିକିଏବି ଅବହେଳା କରିବି ନାହିଁ।“
ପୁଅର କଥା ରଖି ବୃଦ୍ଧା ଜଣଙ୍କ କିଛିଦିନ ବିଶ୍ରାମ ପାଇଁ ନିଜ ମା’ଙ୍କ ଘରକୁ ଚାଲିଗଲେ। ପୁଅ ଉପରେ ବୃଦ୍ଧାଙ୍କର ବିଶ୍ୱାସ ଓ ଭରସା ଥିଲା। ପୁଅ ମଧ୍ୟ ସକାଳୁ ସଞ୍ଜଯାଏ ବଗିଚାରେ କାମ କରେ। ସମସ୍ତ ଯତ୍ନ ସତ୍ତ୍ୱେ ଗଛର ପତ୍ର ଫୁଲ ସବୁ ମଉଳିଗଲା। ଖୁବ୍‌ ଶୀଘ୍ର ଶ୍ରୀହୀନ ହୋଇଗଲା ବଗିଚା।
ମାସକ ପରେ ଫେରିଆସିଲେ ବୃଦ୍ଧା। ବଗିଚାକୁ ଦେଖି ଦୁଃଖରେ ଭାଙ୍ଗିପଡ଼ିଲେ ସେ। ନ ଥିଲା ଗଛରେ ସବୁଜିମା, ନଥିଲା ରଙ୍ଗ ବେରଙ୍ଗର ଫୁଲ, ବଗିଚାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥିଲା। ବଗିଚାର ଏପରି ଅବସ୍ଥା ଦେଖି ବୃଦ୍ଧାଙ୍କ ପୁଅ କାନ୍ଦି କାନ୍ଦି କହିଲା, ”ମା! ସତ କହୁଛି ଗଛଗୁଡ଼ିକ ଯତ୍ନ ନେବାରେ ମୁଁ ତିଳେହେଲେ ଅବହେଳା କରିନି। ସକାଳୁ ସଞ୍ଜ ପର୍ଯ୍ୟନ୍ତ ବଗିଚାରେ କାମ କରେ। ଗଛର ପତ୍ରରେ ପଡ଼ିଥିବା ଧୂଳିକୁ ପୋଛି ପରିଷ୍କାର କରେ। ଝଡ଼ିପଡ଼ିଥିବା ପତ୍ରସବୁକୁ ଝାଡୁମାରି ସଫା କରେ। ସମସ୍ତ ଯତ୍ନ ସତ୍ତ୍ୱେ ଗଛଗୁଡ଼ିକରୁ ସବୁଜିମା ହଜିଗଲା। ସୌନ୍ଦର୍ଯ୍ୟ ହରାଇଲା ବଗିଚା। ଏହାର କାରଣ ମୁଁ ବୁଝିପାରୁନି ମା।“
ଶାନ୍ତ୍ୱନା ଦେଇ ବୃଦ୍ଧା କହିଲେ, ପୁଅରେ! ମନେରଖ, ଗଛର ଜୀବନ ତାହାର ପତ୍ରରେ ନ ଥାଏ। ଜୀବନ ଥାଏ ଗଛ ଚେରରେ। ଚେର ଆମକୁ ଦୃଶ୍ୟ ହୁଏ ନାହିଁ। ଚେର ମାଟିରୁ ସଂଗ୍ରହ କରେ ଖାଦ୍ୟ ଓ ପାଣି। ଚେର ବିନା ଗଛର ଅସ୍ତିତ୍ୱ ନାହିଁ। ତୁ ଯଦି ପତ୍ରର ଯତ୍ନ ବଦଳରେ ଚେରର ଯତ୍ନ ନେଇ ଥାଆନ୍ତୁ, ଗଛ ମୂଳରେ ପାଣି, ସାର, ଖତ ଆଦି ଦେଇ ଥାଆନ୍ତୁ, ତେବେ ଗଛଗୁଡ଼ିକ ଅବସ୍ଥା ଏପରି ଦୟନୀୟ ହୋଇ ନଥାନ୍ତା। ବଗିଚାର ସୌନ୍ଦର୍ଯ୍ୟ ଅତୁଟ ଥାଅନ୍ତା।
କାହାଣୀଟି ବର୍ଣ୍ଣନା କଲା ପରେ ଶିକ୍ଷକ କହିଲେ, ”ପିଲେମାନେ! ଆମ ଚାରିପଟେ ଅନେକ ଅଦୃଶ୍ୟ ଶକ୍ତି ଅଛନ୍ତି। ସେମାନେ ଆମ ସୁଖ, ସାହାଯ୍ୟ ପାଇଁ ଦିନ ରାତି ଲାଗିଛନ୍ତି। ଆମେ ସେମାନଙ୍କୁ ଦେଖି ପାରୁନେ। କିନ୍ତୁ ସେମାନଙ୍କର ସେବାକୁ ଉପଭୋଗ କରୁଛେ। ସେମାନଙ୍କ ପାଇଁ ଆମ ଜୀବନ ସୁଖରେ କଟୁଛି। କେହି କେବେ ସେହି ଅଦୃଶ୍ୟ ସୈନିକଙ୍କ କଥା ଭାବିଛ? ସେମାନେ ଭଲରେ ରହିଲେ ଆମେ ଭଲରେ ରହିବା“ ସେମାନେ କାମ ନ କଲେ ଆମ ଜୀବନ ଦୁର୍ବିଷହ ହୋଇଯିବ।
ସାମୂହିକ ପ୍ରଚେଷ୍ଟା ବିନା ଆର୍ଥିକ ଶିକ୍ଷାର ପ୍ରଚାର, ପ୍ରସାର ଓ ବ୍ୟବହାର ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚତ୍ ପାରିବ ନାହିଁ। ମହିଳା ସଶକ୍ତୀକରଣ ପାଇଁ ଆମ ରାଜ୍ୟରେ ମିଶନ ଶକ୍ତି କ୍ରିୟାଶୀଳ। ପ୍ରାୟ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ୭୫ ଲକ୍ଷ ସଦସ୍ୟଙ୍କୁ ଅନ୍ୟାନ୍ୟ ପ୍ରଶିକ୍ଷଣ ସହ ଆର୍ଥିକ ଶିକ୍ଷା ପ୍ରଦାନ କରିପାରିଲେ ଆର୍ଥିକ ସାକ୍ଷରତା ହାରରେ ବୃଦ୍ଧି ହେବ। ସେହିପରି ସ୍କୁଲ ଓ କଲେଜ ପର୍ଯ୍ୟାୟକ୍ରମରେ ଆର୍ଥତ୍କ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିପାରିଲେ ଅନ୍ତତଃ ପିଲାମାନେ ଛୋଟବେଳରୁ ଆର୍ଥିକ ଦୃଷ୍ଟିରୁ ଶୃଙ୍ଖଳିତ ହୋଇପାରିବେ। ଡାକଘର ଓ ବ୍ୟବସାୟିକ ବ୍ୟାଙ୍କ ଶାଖାଗୁଡ଼ିକରେ ସାମାଜିକ ସୁରକ୍ଷା, ସ୍ବଳ୍ପ ସଞ୍ଚୟ ଯୋଜନା, ବିଭିନ୍ନ ବୀମା ସଂକ୍ରାନ୍ତୀୟ ତଥ୍ୟର ପୋଷ୍ଟର କିମ୍ବା ଲିଫ୍‌ଲେଟ ମାଧ୍ୟମରେ ଗ୍ରାହକଙ୍କୁ ସେଥିରେ ଥିବା ସୁବିଧା ବିଷୟରେ ଅବଗତ କରାଇବା। ସଙ୍ଗଠିତ ଓ ଅଣସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ; ରେଳ ଷ୍ଟେଶନ, ଟ୍ୟାକ୍ସି ଷ୍ଟାଣ୍ତ, ବସ୍‌ ଷ୍ଟାଣ୍ତ, ଅଟୋ ରିକ୍ସା ଷ୍ଟାଣ୍ତ, ପାର୍କ ଆଦି ସ୍ଥାନରେ ସାମାଜିକ ସୁରକ୍ଷା, ସଞ୍ଚୟ ଓ ବୀମା ବିଷୟରେ ଲୋକଙ୍କୁ ସଚେତନ କରାଇବା; ପଥପ୍ରାନ୍ତ ନାଟକ ମାଧ୍ୟମରେ ଆର୍ଥିକ ଶିକ୍ଷାର ପ୍ରସାର। ସମାଜର ପ୍ରତ୍ୟେକ ଶିକ୍ଷିତ ଓ ସଚେତନ ବ୍ୟକ୍ତି ଦୈନନ୍ଦିନ ସଂସ୍ପର୍ଶରେ ଆସୁଥିବା ଗରିବ ଲୋକଙ୍କର ସଞ୍ଚୟ, ସାମାଜିକ ସୁରକ୍ଷା କରେଇବାର ଦାୟିତ୍ୱ ନେଇପାରିଲେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ପରିଚାଳନାରେ ଦ୍ରୁତ ଅଗ୍ରଗତି ହେବ।
ଜଣେ ଶିକ୍ଷିତ ବ୍ୟକ୍ତି ହୁଏତ ଗୋଟିଏ ଜିଲା ଗୋଟିଏ ରାଜ୍ୟ କିମ୍ବା ଗୋଟିଏ ଦେଶକୁ ପରିବର୍ତ୍ତନ କରିବାରେ ସଫଳ ହୋଇ ନ ପାରେ। କିନ୍ତୁ ସେ ଚାହିଁଲେ ଅତି କମ୍‌ରେ ଜଣେ ଗରିବ ଲୋକକୁ ପରିବର୍ତ୍ତନ କରାଇପାରିବ। ପରିବର୍ତ୍ତନ ଯଦି ଗରିବ ଲୋକର ଦାରିଦ୍ର୍ୟ ଦୂର କରିବାର ପଥ ପରିଷ୍କାର କରେ ଏବଂ ସେହି ଗରିବ ଲୋକର ମୁହଁରେ ଟିକେ ହସ ଫୁଟାଇ ପାରେ, ତେବେ ତାହା ହେଉଛି ସବୁଠୁ ବଡ଼ ମହତ କାମ। ମିଶିକରି ଆସ ସମସ୍ତେ ଏକ ନୂଆ ସଂକଳ୍ପ ନେବା। ଆମ ସଂସ୍ପର୍ଶରେ ଆସୁଥିବା ଗରିବ, ନିଷ୍ପେଷିତ ସେହି ଅଦୃଶ୍ୟ ସୈନିକମାନଙ୍କୁ ଆର୍ଥିକ ସାକ୍ଷର କରାଇବା ସହ ସେମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା କରିବା। ସେମାନଙ୍କ ମୁହଁରେ ଆଣିବା ଆନନ୍ଦର ହସ। ସେମାନଙ୍କ ଜୀବନକୁ କରିବା ସରସ ସୁନ୍ଦର। ଏହାହିଁ ହେବ ସମାଜ, ରାଜ୍ୟ, ଦେଶ ଓ ବିଶ୍ୱ ପାଇଁ ସର୍ବୋତ୍ତମ ସେବା।
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri