ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍‌, ଏଥିରେ ଲେଖାଅଛି ଏମିତି…

ପୁଣେ,୧୨ା୪: ବର୍ତ୍ତମାନ ବିବାହ ଋତୁ ସାଙ୍ଗକୁ ଲୋକ ସଭା ନିର୍ବାଚନର ପରିବେଶ ବେଶ୍‌ ପ୍ରାଧାନ୍ୟ ବିସ୍ତାର କରିଛି। ସବୁ ସ୍ଥାନରେ ନିର୍ବାଚନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ ହେବା ଅନିବାର୍ଯ୍ୟ। ନିକଟରେ ଏକ ଭାରତୀୟ ସହରରେ ନିର୍ବାଚନ ଏବଂ ବିବାହର ଏପରି ମିଶ୍ରଣ ଦେଖିବାକୁ ମିଳିଥିଲା ଯେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଏକ ବିରାଟ ନିମନ୍ତ୍ରଣ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ଏତେ ବଡ଼ କାର୍ଡ ଯେ, ଏହାକୁ ନେବା ପାଇଁ ଏକ ଟ୍ରକ ଆବଶ୍ୟକ ପଡ଼ିଲା। ଏଥିରେ ଏପରି ଜିନିଷ ଲେଖାଯାଇଛି, ଲୋକମାନେ ଏହାକୁ ପଢ଼ିବା ପରେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ସୋସିଆଲ ମିଡିଆରେ ଏହି କାର୍ଡର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସମ୍ପ୍ରତି ପୁଣେ ସହରର @ r/unitedstatesofindia ନାମକ ଏକ ଗ୍ରୁପ୍‌ରେ ଏହି ବିବାହ କାର୍ଡ ଭାଇରାଲ ହେଉଛି। ଏହି କାର୍ଡରେ ବର ଏବଂ କନ୍ୟାଙ୍କ ନାମ ଲେଖାଯାଇଛି, କିନ୍ତୁ ସେହି ନାମ ଅଲଗା ଅଟେ। ବାସ୍ତବରେ ଏହି ବିବାହ କାର୍ଡରେ କୌଣସି ବ୍ୟକ୍ତିଙ୍କ ନାମ ବିଷୟରେ ନାହିଁ ବରଂ ଭୋଟରଙ୍କ ବିବାହ ଏବଂ ଗଣତନ୍ତ୍ର ବିଷୟରେ ଲେଖାଯାଇଛି। ଏହି କାର୍ଡ ଲୋକମାନଙ୍କୁ ଭୋଟ୍‌ରେ ଅଂଶଗ୍ରହଣ କରିବା ପାଇଁ ସଚେତନ କରାଯାଉଛି। ଯାହା ଏକ ଟ୍ରକ୍‌ରେ ଯାଉଛି।

ଏହା ଏକ ହୋର୍ଡିଂ ଆକାରର ନିମନ୍ତ୍ରଣ କାର୍ଡ। ଯେଉଁଥିରେ ବରର ନାମ ମତଦାତା ଏବଂ କନ୍ୟାର ନାମ ଲୋକସାଥୀ ଅର୍ଥାତ୍‌ ଗଣତନ୍ତ୍ର ଲେଖାଯାଇଛି। ବିବାହ ତାରିଖ ମେ’ ୧୩ ସକାଳ ୭ରୁ ୫ଟା ପର୍ଯ୍ୟନ୍ତ ଲେଖାଯାଇଛି, ଯାହା ପୁଣେ ସହରରେ ଭୋଟ୍‌ ଦେବାର ତାରିଖ ଏବଂ ସମୟ ଅଟେ। ଏହା ବ୍ୟତୀତ ନିକଟସ୍ଥ ମତଦାନ କେନ୍ଦ୍ରରେ ବିବାହ ସ୍ଥାନ ସମ୍ପର୍କରେ ଲେଖାଯାଇଛି।

କିଛି ଲୋକ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ଥଟ୍ଟା କରି କହିଛନ୍ତି, ଗଣତନ୍ତ୍ର ବରକୁ ପ୍ରତାରଣା କରିସାରିଛି। ଜଣେ କହିଛନ୍ତି, କେତେକ ଦେଶରେ ଭୋଟ୍‌ ନ ଦେବା ପାଇଁ ଜରିମାନା ଅଛି। ବାସ୍ତବରେ ଏହିପରି ଅନନ୍ୟ ବିବାହ କାର୍ଡ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri