Categories: ଖେଳ

ଆଇପିଏଲ୍‌ କ୍ୟାରିୟର୍‌ ଶେଷ ହେବା ଉପରେ ଥିଲା, କୋହଲିଙ୍କ ଗୋଟିଏ ଫୋନ୍‌ କଲ୍‌ ବଦଳିଗଲା କ୍ୟାରିୟର୍‌

ଦୁବାଇ,୩୦।୯: ଆଇପିଏଲ ୨୦୨୧ର ୪୩ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରିଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ଚମତ୍କାର ଇନିଂସ ଖେଳି ଦଳକୁ ଜିତାଇଥିଲେ। ଆରସିବି ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୪୯ ସ୍କୋର କରିଥିଲା। ଟାର୍ଗେଟକୁ ପିଛା କରି ଆରସିବି ଦଳ ୧୭.୧ ଓଭରରେ ୩ ଉଇକେଟ୍‌ ହରାଇ ୧୫୩ ସ୍କୋର କରି ମ୍ୟାଚ୍‌ ଜିତିଥିଲା। ମ୍ୟାକ୍ସୱେଲ ୩୦ ବଲ୍‌ରୁ ଅପରାଜିତ ୫୦ଟି ବଲରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଜିତିଥିଲା। ଏହି ବିଜୟ ସହିତ, ଆରସିବି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି ଏବଂ ଦଳ ୧୧ଟି ମ୍ୟାଚରେ ସାତୋଟି ମ୍ୟାଚ ଜିତି ୧୪ ପଏଣ୍ଟ ହାସଲ କରିଛି।
ଗ୍ଲେନ ମ୍ୟାକ୍ସୱେଲଙ୍କ ଯୋଗଦେବା ସହିତ ଆରସିବିର ଟିମ ଭଲ ପ୍ରଦର୍ଶନ କରୁଛି। ପୂର୍ବତନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରା ମ୍ୟାକ୍ସୱେଲଙ୍କୁ ଆରସିବିରେ ଅନ୍ତର୍ଭୁକ୍ତ କରିବା ପାଇଁ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଶ୍ରେୟ ଦେଇଛନ୍ତି। ଚଳିତ ବର୍ଷର ଆଇପିଏଲରେ ଆରସିବି ପାଇଁ ସବୁକିଛି ଠିକ ଚାଲିଛି। ଗ୍ଲେନ ମ୍ୟାକ୍ସୱେଲ ୨୦୧୯ ଏବଂ ୨୦୨୦ ମସିହାରେ ବହୁତ ଖରାପ ଫର୍ମରେ ଥିଲେ। ଲାଗୁଥିଲା ଯେ ତାଙ୍କ ଆଇପିଏଲ କ୍ୟାରିଅର୍‌ ସମାପ୍ତ ହେବ। କୋହଲି ଗ୍ଲେନ ମ୍ୟାକ୍ସୱେଲ ଆରସିବି ଦଳରେ ଯୋଗଦେବାକୁ ଫୋନ କରି ଦଳରେ ଯୋଗ ଦେବାକୁ କହିଥିଲେ। ଏହାପରେ ତାଙ୍କ ଦଳରେ ନିଆଯାଇଥିଲା।

Share