ମୁମ୍ବାଇ, ୨୧ା୧୧ (ପି.ଟି.)-ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟେଲିଭିଜନ ଦର୍ଶକ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଥିବା ଟି୨୦ ଇଭେଣ୍ଟର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ଇଣ୍ଡିଆ ତରଫରୁ ଦାବି କରାଯାଇଛି। ଏହା ହାରାହାରି ୩୧.୫୭ ନିୟୁତରେ ପହଞ୍ଚତ୍ଛି। ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ୍ (ବାର୍କ) ଇଣ୍ଡିଆ ସୂତ୍ରରୁ ସଂଗୃହୀତ ଡାଟାକୁ ଭିତ୍ତି କରି ଏହା କୁହାଯାଇଛି। ଏଥର ହିନ୍ଦୀ, ବେଙ୍ଗଳା, ତେଲୁଗୁ, ତାମିଲ ଓ କନ୍ନଡ ଆଦି ୫ଟି ଆଞ୍ଚଳିକ ଭାଷାରେ ଇଭେଣ୍ଟର କଭରେଜ ହୋଇଥିଲା। ଚ୍ୟାନେଲର ଦାବି ଅନୁସାରେ ଏଥର ମହିଳା ଓ ଶିଶୁ ଦର୍ଶକଙ୍କ ସଂଖ୍ୟା ଯଥାକ୍ରମେ ୨୪ ଓ ୨୦ ପ୍ରତିଶତ ବୃଦ୍ଧି ପାଇଥିଲା। କୋଭିଡ୍ ଯୋଗୁ ଏଥର ଆଇପିଏଲ୍ ଭାରତ ପରିବର୍ତ୍ତେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଜୈବ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ହୋଇଥିଲା।