Categories: Uncategorized

୫ ଘଣ୍ଟାରେ ୧୬ କିମି ପହଁରିଲେ ଆଇପିଏସ୍‌ ଅଫିସର

ମୁମ୍ବାଇ: ବୁଡ଼ିଯିବା ପ୍ରତିରୋଧ ସଚେତନତା ଶିବିରରେ ଭାଗ ନେଇ ଭାରତୀୟ ଆଇପିଏସ୍‌ ଅଫିସର କ୍ରିଷ୍ଣା ପ୍ରକାଶ ସ୍ବମ୍‌ ଗେଟ୍‌ ୱେ ଇଣ୍ଡିଆଠାରୁ ଏଲିଫାଣ୍ଟା ଗୁମ୍ଫା ପର୍ଯ୍ୟନ୍ତ ପହଁରି ଇତିହାସ ରଚିଛନ୍ତି। ସେ ୧୬.୨୦ କିମି ଜଳପଥକୁ ୫ ଘଣ୍ଟା ୨୬ ମିନିଟ୍‌ ସମୟରେ ଅତିକ୍ରମ କରି ବିଶ୍ୱରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆଇପିଏସ୍‌ ଅଫିସର କ୍ରିଷ୍ଣା କହିଛନ୍ତି, ଏହା ତାଙ୍କ ପାଇଁ ଭୟଙ୍କର କାର୍ଯ୍ୟ ଥିଲା। ଯେଉଁଥିରେ ତାଙ୍କୁ ସମୁଦ୍ର ଲହରିର ବିପରୀତ ଦିଗରେ ପହଁରିବାକୁ ପଡିଥିଲା। ତାଙ୍କୁ ଏଥିରେ କଷ୍ଟ ହେଉଥିଲା, କିନ୍ତୁ ସେ ଏଥିରେ ସଫଳ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟ ଅନ୍ୟ ଭାରତୀୟଙ୍କୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି। ଫଳରେ ସେମାନେ ଅଲିମ୍ପିକ୍‌ରେ ବହୁତ ଭଲ ପ୍ରଦର୍ଶନ କରିପାରିବେ। ଆଇପିଏସ୍‌ ଅଫିସର କ୍ରିଷ୍ଣା ମାର୍ଚ୍ଚ ୨୬ ତାରିଖ ସକାଳ ୭ଟା ୪୫ ମିନିଟ୍‌ ସମୟରେ ଗେଟ୍‌ ୱେ ଅଫ୍‌ ଇଣ୍ଡିଆଠାରୁ ପହଁରିବା ଆରମ୍ଭ କରିଥିଲେ। ସେ ଏଲିଫାଣ୍ଟା ଗୁମ୍ଫା ନିକଟରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଏକ ଟ୍ରଫି ଏବଂ ବଡ଼ ଫୁଲମାଳ ଦିଆଯାଇ ସମ୍ମାନିତ କରାଯାଇଥିଲା।