ଆଇଏସ୍‌-କେ ମୁଖ୍ୟଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର

ନ୍ୟୁୟର୍କ,୯।୨: ଆଫଗାନିସ୍ତାନରେ ତାଲିବାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ର ଖୋରାସାନ୍‌ ଗୋଷ୍ଠୀ ଆଇଏସ୍‌-କେ ମୁଖ୍ୟ ସନାଉଲ୍ଲା ଗଫାରି ଓରଫ ସାହାବ ଅଲ୍‌-ମୁଜାହିରଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ଆମେରିକା ଘୋଷଣା କରିଛି। ଅଗଷ୍ଟ ୨୬ରେ କାବୁଲ ବିମାନବନ୍ଦରରୁ ଆମେରିକୀୟ ସୈନ୍ୟଙ୍କ ଅପସାରଣ ଏବଂ ଏୟାରଲିଫ୍ଟି ବେଳେ ଆଇଏସ୍‌-କେ ପକ୍ଷରୁ ସେଠାରେ ଆକ୍ରମଣ କରାଯାଇଥିଲା। ଏଥିରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ୨୦୨୦ ଜୁନ୍‌ରେ ଗଫାରିଙ୍କୁ ଆଇଏସ୍‌-କେ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିବାରୁ ଆମେରିକା ତାଙ୍କୁ ଧରିବାକୁ ଚାହୁଁଛି। ତେଣୁ ତାଙ୍କ ସମ୍ପର୍କରେ ସୂଚନା ଦେଲେ ଏହି ପୁରସ୍କାର ଦିଆଯିବ ବୋଲି ପରରାଷ୍ଟ୍ର ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

Share