ଛତ୍ରପୁର,୧୭।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲ ଗୋଟିଏ ସରକାରୀ ହସ୍ପିଟାଲ । ସେଠାରେ ଏବେ କୋଭିଡ ହେଲଥ ସେଣ୍ଟର ଚାଲିଛି ସେଠାରେ କାହାକୁ ଶଯ୍ୟା ଦରକାର ଥିଲା ତାଙ୍କ ପାଇଁ ସିଟି ହସ୍ପିଟାଲରେ ଶଯ୍ୟାର ବ୍ୟବସ୍ଥା କରାଯାଇଛି ଏବଂ କୌଣସି ବ୍ୟସ୍ତ ହେବାର ନାହିଁ ବୋଲି ଅଭିନେତା ସୋନୁ ସୁଦ ଟୁଇଟ କରିଥିଲେ।
ଅପରପକ୍ଷରେ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କଠାରୁ କୌଣସି ଯୋଗାଯୋଗ ଆମକୁ ଆସିନି। ଏ ନେଇ ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ସୋନୁ ସୁଦଙ୍କ ଉକ୍ତ ଟୁଇଟକୁ ଟ୍ୟାଗ କରି ହୋମ ଆଇଶୋଲସନରେ ରହିବାକୁ ଜିଲାପାଳ ଅନୁରୋଧ କରିଛନ୍ତି ।ଶଯ୍ୟାର ଅଭାବ ନାହିଁ ଏହା ଉପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମନିଟରିଂ କରାଯାଉ ଥିବା ଜିଲପାଳ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ