ସମାଧାନ ହୋଇପାରିଲାନି କ୍ଷତିପୂରଣ ପ୍ରସଙ୍ଗ; ୧୨ରେ ପୁଣି ବସିବ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ୪୨ତମ ବୈଠକ ଭିଡିଓ କନ୍‌ଫରେନ୍ସ ଯୋଗେ ସୋମବାର ଅନୁଷ୍ଠିତ ହୋଇଛି। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର ରାଜ୍ୟ ବର୍ତ୍ତମାନ ମୁହଁାମୁହିଁ ସ୍ଥିତିରେ ଥିବା ବେଳେ ଏହି ବୈଠକରେ କୌଣସି ସହମତି ପ୍ରକାଶ ପାଇନାହିଁ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ପୂର୍ବରୁ ପ୍ରଦାନ କରିଥିଲା ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି ଟଙ୍କା କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କା ଉଠାଣ ନେଇ ରାଜ୍ୟଗୁଡିକୁ କୁହାଯାଇଛି। ପ୍ରଥମ ବିକଳ୍ପ ସପକ୍ଷରେ ଭାଜପା ଶାସିତ ୨୧ ରାଜ୍ୟ ରହିଛନ୍ତି। ଆଉ କିଛି ରାଜ୍ୟ କେନ୍ଦ୍ରର ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି। ସୋମବାର ବସିଥିବା ବୈଠକରେ ଏ ନେଇ କୌଣସି ସହମତି ପ୍ରକାଶ ପାଇ ନ ଥିବାରୁ ଚଳିତ ମାସ ୧୨ ତାରିଖରେ ପୁଣି ଥରେ ଜିଏସ୍‌ଟି ପରିଷଦ ବୈଠକ ବସିବ ବୋଲି ସ୍ଥିର ହୋଇଛି।
ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରାମନ କହିଛନ୍ତି, କ୍ଷତିପୂରଣ ଦେବା ଲାଗି ସଂଗ୍ରହ ହୋଇଥିବା ଟିକସ ସୋମବାର ରାତି ସୁଦ୍ଧା ରାଜ୍ୟଗୁଡିକୁ ପ୍ରଦାନ କରାଯିବ। ଚଳିତ ଆର୍ଥତ୍କ ବର୍ଷରେ ୨୦ ହଜାର କୋଟି ଟଙ୍କାର କ୍ଷତିପୂରଣ ସେସ୍‌ ଆଦାୟ କରାଯାଇଛି। ସେହିଭଳି ସମନ୍ବିତ ସାମଗ୍ରୀ ଓ ସେବା ଟିକସ(ଆଇଜିଏସ୍‌ଟି) ବାବଦ ଆଦାୟ ହୋଇଥିବା ରାଶି ମଧ୍ୟରୁ ପ୍ରାୟ ୨୪ ହଜାର କୋଟି ରାଜ୍ୟଗୁଡିକ ମଧ୍ୟ ଦିଆଯିବ। ଏହି ରାଶି ଆସନ୍ତା ସପ୍ତାହ ଶେଷ ସୁଦ୍ଧା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ସେହିଭଳି ବୈଠକରେ କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷରେ ସମ୍ପୂର୍ଣ୍ଣ କ୍ଷତିପୂରଣ ଅର୍ଥ କେନ୍ଦ୍ର ପ୍ରଦାନ କରୁ ବୋଲି ୧୦ ରାଜ୍ୟ ଦାବି ଉଠାଇଛନ୍ତି। ଆଇନ ଅନୁସାରେ କ୍ଷତିପୂରଣ ପ୍ରଦାନ କେନ୍ଦ୍ର କରିବା କଥା, ଏଣୁ କେନ୍ଦ୍ର ଋଣ କରି ରାଜ୍ୟକୁ ଏହି ରାଶି ପ୍ରଦାନ କରୁ। କ୍ଷତିପୂରଣ ପ୍ରଦାନ ନେଇ କୌଣସି ସହମତି ପ୍ରକାଶ ନ ପାଇବାରୁ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଜିଏସ୍‌ଟି ସଂଗ୍ରହ କମିଥିବାରୁ କ୍ଷତିପୂରଣ ପ୍ରଦାନ ନେଇ ସମସ୍ୟା ଉପୁଜିଛି। ଏହାକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ଦେଇଛି। ଏହି ୨ ବିକଳ୍ପ ଉପରେ ସୋମବାର ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଉଭୟ ବିକଳ୍ପରେ ରାଜ୍ୟଗୁଡିକ ଋଣ କରିବାକୁ ପଡିବ। ବିଭିନ୍ନ ମିଆଦୀରେ ଏହି ଋଣ କରିବା ଲାଗି କୁହାଯାଇଛି। ସେହିଭଳି ସେପ୍ଟେମ୍ବରରେ ୯୫,୪୮୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଲକ୍‌ଡାଉନ ପରଠାରୁ ଏହା ସର୍ବୋଚ୍ଚ ସ୍ତର। ଲକ୍‌ଡାଉନ କଟକଣା କୋହଳ ହୋଇଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପରେ ସାମାନ୍ୟ ଉନ୍ନତି ଆସିଥିବାରୁ ଟିକସ ସଂଗ୍ରହ ଉନ୍ନତ ହେଉଥିବା କୁହାଯାଇଛି। ସେପ୍ଟେମ୍ବର ମାସ ଜିଏସ୍‌ଟି ଆଦାୟ ୪% ଅଧିକ ରହିଛି। ଏହା ୨୦୧୯ ସେପ୍ଟେମ୍ବରରେ ୯୧,୯୧୬ କୋଟି ଟଙ୍କା ରହିଥିଲା। ସେହିଭଳି ଗତ ମାସର ସଂଗ୍ରହ ଏପ୍ରିଲ ତୁଳନାରେ ପ୍ରାୟ ୩ ଗୁଣ ହୋଇଥିବା ବେଳେ ଅଗଷ୍ଟ ତୁଳନାରେ ୧୦% ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦୦ ଟଙ୍କା ପାଇଁ ୫୧ ଲକ୍ଷ ଟଙ୍କା ହରାଇଲେ ମହିଳା: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୩।୩: ଆଜିକାଲି ସୋସିଆଲ ମିଡିଆ ଯୁଗରେ ସବୁକିଛି ଅନଲାଇନରେ ଘଟୁଛି। ପୋଷାକ କିଣିବା ଠାରୁ ଆରମ୍ଭ କରି ବାହାରକୁ ଯିବା ପାଇଁ କ୍ୟାବ ବୁକ କରିବା...

E-Commerceରେ ମିଳୁଥିବା Exchange Offerର ଅସଲ କଥା ଜାଣନ୍ତି କି? କ’ଣ ସତରେ ମିଳେ ଫାଇଦା ନା ହୁଏ କ୍ଷତି

ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ଏକ୍ସଚେଞ୍ଜ ଅଫରଗୁଡ଼ିକ ସମସ୍ତଙ୍କ ପାଇଁ ଆକର୍ଷଣୀୟ ମନେହୁଏ। ସାଧାରଣତଃ ଏହି ଅଫରରେ, ସାଇଟଗୁଡ଼ିକ ପୁରୁଣା ଉତ୍ପାଦକୁ ନୂତନ ଉତ୍ପାଦ ସହିତ ବଦଳାଇ...

ବ୍ୟବସାୟ ବିକାଶ ବୃଦ୍ଧି କରିବା ପାଇଁ ସହର ଯୋଜନା ନିୟମ ସଂଶୋଧନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୨।୩: ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ(ବ୍ୟବସାୟ କରିବାର ସହଜତା)କୁ ବୃଦ୍ଧି କରିବା ପାଇଁ, ଓଡ଼ିଶା ସରକାର ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ (ଯୋଜନା...

Airtel ପରେ Jio ସହିତ ହାତ ମିଶାଇଲେ ଏଲନ ମସ୍କ: ଜାଣନ୍ତୁ Starlink ଇଣ୍ଟରନେଟ୍ ପାଇଁ ମାସିକ କେତେ ଟଙ୍କା ଖର୍ଚ୍ଚ ହେବେ

ନୂଆଦିଲ୍ଲୀ,୧୨।୩: ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲନ ମସ୍କଙ୍କ Starlink ଭାରତୀୟ ବଜାରରେ ପ୍ରବେଶ ସହିତ ବହୁପ୍ରତୀକ୍ଷିତ ଇଣ୍ଟରନେଟ୍ ସଂଯୋଗରେ ଏକ ନୂତନ ଯୁଗ ଆରମ୍ଭ...

ଟାଟା ପାୱାର ଓଡ଼ିଶା ଡିସ୍‌କମ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୨।୩ (ଅଭୟ ଦାଶ): ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ତଥା ଟାଟା ପାୱାର(ଟିପି) ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ (ଟିପି ସେଣ୍ଟ୍ରାଲ ଓଡ଼ିଶା...

RBIର ବଡ଼ ଘୋଷଣା, ଖୁବଶୀଘ୍ର ଆସିବ ୧୦୦ ଏବଂ ୨୦୦ଟଙ୍କାର ନୂଆ ନୋଟ୍‌, ବନ୍ଦ ହୋଇଯିବ କି ପୁରୁଣା?

ନୂଆଦିଲ୍ଲୀ,୧୨।୩: ୧୦୦ ଏବଂ ୨୦୦ ଟଙ୍କା ନୋଟ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ବଡ଼ ଘୋଷଣା କରିଛି। କହିରଖୁଛୁ କି, ଭାରତୀୟ ରିଜର୍ଭ...

Jio-Starlink Deal: ଏଲନ ମସ୍କଙ୍କ କମ୍ପାନୀ SpaceX ସହ ହାତ ମିଳାଇଲା Jio, ଏଣିକି ମିଳିବ ସୁପର୍‌-ଫାଷ୍ଟ ଡାଟା

ନୂଆଦିଲ୍ଲୀ,୧୨।୩: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏଲନ ମସ୍କଙ୍କ କମ୍ପାନୀ SpaceX ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହା ଅଧୀନରେ ଭାରତରେ...

EPFOର ବଡ଼ ଘୋଷଣା! PF ସଦସ୍ୟଙ୍କୁ ମାଗଣାରେ ମିଳିବ ୭ ଲକ୍ଷର ବୀମା, ଜାଣନ୍ତୁ ନୂଆ ନିୟମ… 

ନୂଆଦିଲ୍ଲୀ,୧୧।୪: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ର ୨୩୭ତମ ବୈଠକରେ Employees’ Deposit Linked Insurance (EDLI) ଯୋଜନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image