ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୪ା୬(ବ୍ୟୁରୋ): କରୋନା କାଳରେ ଘରୋଇ ସ୍କୁଲର ଛାତ୍ରୀଛାତ୍ରଙ୍କ ଫି’ ଛାଡ଼କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯେଉଁ ସ୍କୁଲଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଏମ୍‌ଓୟୁରେ ସ୍ବାକ୍ଷର କରିଥିବେ ସେମାନେ ସରକାରଙ୍କ ଜାନୁୟାରୀ ୯ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ମାନିବେ। ଏହାବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଘରୋଇ ସ୍କୁଲ ୨୦୧୯-୨୦ ଶିକ୍ଷା ବର୍ଷରେ ଆଦାୟ କରିଥିବା ଦେୟର ୧୫% ରିହାତିରେ ପିଲାଙ୍କ ଠାରୁ ୨୦୨୦-୨୧ ଶିକ୍ଷା ବର୍ଷରେ ଫି’ ଆଦାୟ କରିବେ। ଯେଉଁ ଅଭିଭାବକମାନେ ପୂର୍ବରୁ ସମସ୍ତ ଦେୟ ପୈଠ କରିସାରିଥିବେ, ସେମାନଙ୍କ ପାଇଁ ଉକ୍ତ ରିହାତି ଫି’ ପରବର୍ତ୍ତୀ ଦେୟରୁ କାଟି ଦିଆଯିବାକୁ ନିର୍ଦ୍ଦେଶ ରହିଛି। ଏପରି କି ଯେଉଁ ଛାତ୍ରୀଛାତ୍ରମାନେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଥିବେ, ସେମାନଙ୍କୁ ୨୦୨୦-୨୧ ଶିକ୍ଷା ବର୍ଷରେ ସ୍କୁଲ ଦେୟ ଦେଇ ନ ଥିବା କାରଣ ଦର୍ଶାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ପାଠପଢ଼ାରୁ ନିବୃତ୍ତ କରିପାରିବେ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ସମସ୍ତ ଘରୋଇ ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ ଏବଂ ଅଭିଭାବକ ସଂଘ ମାନିବାକୁ ନିର୍ଦ୍ଦେଶ ରହିଛି। ଅପରପକ୍ଷରେ ଓଡ଼ିଶା ଅଭିଭାବକ ମହାସଂଘ ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତିକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ମହାସଂଘର କହିବା ଅନୁଯାୟୀ କେଉଁ ଫି ’ଉପରେ ଦେୟ ଛାଡ଼ ହେବ ତାହା ପ୍ରଥମେ ସରକାର ନିଶ୍ଚିତ କରନ୍ତୁ। ଏପରି କି ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଏହି ବିଜ୍ଞପ୍ତି କାର୍ଯ୍ୟ କରିବା କଥା, ଏହାକୁ ନ ଲେଖି ୨୦୨୧-୨୨ରୁ ସମ୍ପୂର୍ଣ୍ଣ ଫି’ ଆଦାୟ କରିବାକୁ କିପରି କୁହାଯାଇଛି। ଏଥିସହ ୧୯୯୬ ରିଜୋଲ୍ୟୁଶନ ଅନୁସାରେ ସ୍କୁଲ ସୁବିଧା ଦେଖି ରାଜ୍ୟ ସରକାର ଫି’ ଘୋଷଣା କରନ୍ତୁ ଏବଂ ତା’ର ୧୫% କାଟନ୍ତୁ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri