ନୂଆଦିଲ୍ଲୀ,୫।୭: ୨୦୧୯-୨୦ ଲାଗି ଆୟକର ରିଟର୍ନ (ଆଇଟିଆର୍) ଫାଇଲିଂ କରିବାର ଶେଷ ତାରିଖ ଚଳିତ ବର୍ଷ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି। ବର୍ତ୍ତମାନ ବଜାରର ସ୍ଥିତି ଠିକ୍ ନ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଟିକସଦାତା ଠିକ୍ ଭାବେ ଯୋଜନା କରିବାକୁ ସକ୍ଷମ ହେବେ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ମାସରେ ସରକାର ଆଧାରକୁ ପାନ୍ ସହ ସଂଯୋଗ କରାଇବାର ଅବଧିକୁ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ଯାଏ ବଢ଼ାଇଛନ୍ତି। କ୍ଷୁଦ୍ର ଟିକସଦାତାଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ସେଲ୍ପ ଆସେସ୍ମେଣ୍ଟ ଟାକ୍ସ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଦେୟର ପେମେଣ୍ଟକୁ ମଧ୍ୟ ନଭେମ୍ବର ଶେଷ ଯାଏ ବଢ଼ାଯାଇଛି।