Categories: ବାଣିଜ୍ୟ

ବଢ଼ିବନି ଆଇଟି ରିଟର୍ନ ଅବଧି

ନୂଆଦିଲ୍ଲୀ: ଫେବୃୟାରୀ ୧୫ର ଆୟକର ରଟର୍ନ ଅବଧିକୁ ସରକାର ଆଉ ବଢ଼ାଇବେ ନାହିଁ। ଏହି ରିଟର୍ନ ଫାଇଲିଂ ତାରିଖକୁ ବଢାଇବା ଲାଗି କେତେକ ମହଲରୁ ଦାବି ହୋଇ ଆସୁଥିଲା। ମାତ୍ର ଏହି ଦାବିକୁ ଅର୍ଥ ମନ୍ତ୍ରଣାଳୟ ମଙ୍ଗଳବାର ଅଗ୍ରାହ୍ୟ କରି ଦେଇଥିବା ଜଣାପଡିଛି। ଗତ ମାସରେ ସରକାର ବ୍ୟକ୍ତିବିଶେଷଙ୍କ ଲାଗି ଆଇଟି ରିଟର୍ନ କରିବା ଅବଧିକୁ ଜାନୁୟାରୀ ୧୦ ଯାଏ ବଢାଇଥିଲେ। ଏହା କମ୍ପାନୀଗୁଡିକ ଲାଗି ଫେବୃୟାରୀ ୧୫ ରହିଥିଲା। ପୂର୍ବରୁ ବ୍ୟକ୍ତିବିଶେଷଙ୍କ ଲାଗି ରିଟର୍ନ ଫାଇଲ କରିବା ସୀମା ୨୦୨୦ ଡିସେମ୍ବର ରହିଥିଲା। ଏହାକୁ ଆୟକର ବିଭାଗ ୨୦୨୧ ଜାନୁୟାରୀ ୧୦ ଯାଏ ବଢାଇଛନ୍ତି। ସେହିଭଳି ଟାକ୍ସ ଅଡିଟ ମାମଲାଗୁଡିକର ରିଟର୍ନ ଦାଖଲ କରିବାର ସୀମା ଫେବୃୟାରୀ ୧୫ ଯାଏ ବଢାଯାଇଛି। ଏହା ପୂର୍ବରୁ ଜାନୁୟାରୀ ୩୧ ରହିଥିଲା। ତୃତୀୟ ଥର ଲାଗି ଆୟକର ବିଭାଗ ରିଟର୍ନ ଦାଖଲ କରିବା ସମୟକୁ ବଢାଇଛି। ସୂଚନାଯୋଗ୍ୟ, ୨୦୧୯-୨୦ରେ ଆଇଟି ରିଟର୍ନ ୬% ବୃଦ୍ଧି ହୋଇ ୫.୯ କୋଟି ରହିଥିବା ବିଭାଗ ପକ୍ଷରୁ ସୂଚନା ରହିଛି।

Share