ପ୍ରେମିକଙ୍କଠାରୁ ଅଲଗା ହେବେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌,୨୦ା୧୦: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ତାଙ୍କର ଦୀର୍ଘଦିନର ପ୍ରେମିକ ତଥା ଟେଲିଭିଜନ ସାମ୍ବାଦିକ ଆଣ୍ଡ୍ରେୟା ଜିଆମ୍ବ୍ରୁନୋଙ୍କଠାରୁ ଅଲଗା ହେବା ବିଷୟରେ ଘୋଷଣା କରିଛନ୍ତି।

ମେଲୋନି ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ (ପୂର୍ବରୁ ଟୁଇଟର)ରେ ଲେଖିଛନ୍ତି, ‘ଆଣ୍ଡ୍ରେଆ ଜିଆମ୍ବ୍ରୁନୋଙ୍କ ସହ ମୋର ସମ୍ପର୍କ ପ୍ରାୟ ୧୦ ବର୍ଷ ଧରି ଚାଲିଥିଲା। ଏହି ସମ୍ପର୍କ ଆଜି ଏଠାରେ ଶେଷ ହେଉଛି। ଆମର ରାସ୍ତା କିଛି ସମୟ ପାଇଁ ବିଭ୍ରାନ୍ତ ହୋଇଛି ଏବଂ ଏହାକୁ ସ୍ବୀକାର କରିବାର ସମୟ ଆସିଛି ବୋଲି ମେଲୋନି ଲେଖିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଆମେ ଯାହା ଥିଲୁ ମୁଁ ରକ୍ଷା କରିବି, ମୁଁ ଆମର ବନ୍ଧୁତାକୁ ରକ୍ଷା କରିବି ଏବଂ ସବୁଠୁ ବଡ଼ କଥା ମୋର ସାତ ବର୍ଷର ଝିଅକୁ ମୁଁ ସବୁମୂଲ୍ୟ ଦେଇ ରକ୍ଷା କରିବି। ଯିଏ ନିଜ ମା’କୁ ଭଲ ପାଏ ଏବଂ ପିତାଙ୍କୁ ଭଲ ପାଏ। ଯେହେତୁ ମୁଁ ନିଜକୁ ପ୍ରେମ କରିବାରେ ଅସମର୍ଥ। ଅନ୍ୟ ବିଷୟରେ କହିବାକୁ ମୋର କିଛି ନାହିଁ।

Share