Categories: ଖେଳ

ଇତିହାସ ରଚିଲେ ଜାଡେଜା-କୁଲଦୀପ ଯୋଡି

ବ୍ରିଜ୍‌ଟାଉନ୍‌,୨୮।୭: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆକୁ ୫ ଉଇକେଟ୍‌ରେ ଜିତିନେଇଛି ଭାରତ। ଏହି ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ସ୍ପିନ ଯୋଡି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ କୁଲଦୀପ ଯାଦବ ୪ଟି ଉଇକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୩ ଉଇକେଟ ନେଇଛନ୍ତି। ଭାରତୀୟ କ୍ରିକେଟ ଇତିହାସରେ ଗୋଟିଏ ଦିନିକିଆରେ ୭ କିମ୍ବା ଅଧିକ ଉଇକେଟ ନେବାରେ ଜାଡେଜା ଏବଂ କୁଲଦୀପ ବର୍ତ୍ତମାନ ପ୍ରଥମ ବାମହାତୀ ସ୍ପିନ ଯୋଡି ହୋଇପାରିଛନ୍ତି।

Share