୨୩ରୁ ଖୋଲିବ, ୩ରୁ ସମସ୍ତଙ୍କୁ ଦର୍ଶନ ଅନୁମତି

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଶେଷ ହେଲା ଭକ୍ତଙ୍କ ଅପେକ୍ଷା। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଏହାଛଡ଼ା ପୁରୀରେ ଥିବା ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଏହି ତାରିଖ ପରଠାରୁ ଖୋଲିବ। ଏନେଇ ଜିଲାପାଳ ବଲଓ୍ବନ୍ତ ସିଂହ ଶୁକ୍ରବାର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଖୋଲିବାର ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଦର୍ଶନ ସୁଯୋଗ ମିଳିବ। ଏହା ପର ଦୁଇଦିନ ପୁରୀବାସୀଙ୍କୁ ଦର୍ଶନ ଅନୁମତି ମିଳିବ। ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ଓ୍ବାର୍ଡବାସୀଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ଦିଆଯିବ। ଏଥିପାଇଁ ସମୟ ଆବଣ୍ଟନ କରାଯିବ। ଦର୍ଶନ ପାଇଁ ଆସୁଥିବା ସହରବାସୀ ଆଧାର, ଭୋଟର କାର୍ଡ ଆଣିବେ। ୩ ତାରିଖ ପରେ ସମସ୍ତ ଦର୍ଶନାର୍ଥୀଙ୍କୁ ଦର୍ଶନ ସୁବିଧା ମିଳିବ ବୋଲି ସେ କହିଛନ୍ତି।

Share