Categories: ଜାତୀୟ

ଜେଏମ୍‌ଏମ୍‌ ପରେ ଦ୍ରୌପଦୀଙ୍କୁ ସମର୍ଥନ କରିବ ଜେଡି(ଏସ୍‌)

ବେଙ୍ଗାଲୁରୁ,୧୬।୭: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତି ବଢୁଛି ରାଜନୈତିକ ଦଳର ସମର୍ଥନ। ନିକଟରେ ଜେଏମ୍‌ଏମ୍‌ ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ବେଳେ ଏବେ ଜେଡି(ଏସ୍‌) ଦଳ ସମର୍ଥନ କରିବ ବୋଲି ଘୋଷଣା କରିଛି। ଦଳୀୟ ନେତା ବନ୍ଦେପ୍ପା କାଶେମପୁର ବିଧାନସଭା ବୈଠକ ପରେ ଏହି ସୂଚନା ଦେଇଛନ୍ତି । ଜେଡି(ଏସ)ର ବୈଠକରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ, ଦଳର ରାଜ୍ୟ ସଭାପତି ସି ଏମ୍‌ ଇବ୍ରାହିମଙ୍କ ସମେତ ଅନ୍ୟାନ୍ୟ ବିଧାୟକମାନେ ଭର୍ଚୁଆଲ ଯୋଗେ ସାମିଲ ହୋଇଥିଲେ ।
ଜେଡି(ଏସ) ବିଧାୟକ କହିଛନ୍ତି, ”ଦଳର ସୁପ୍ରିମୋ ଏଚଡି ଦେବଗୌଡା ପ୍ରଧାନମନ୍ତ୍ରୀ ଥିବା ସମୟରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଅତ୍ୟନ୍ତ ଗର୍ବର ବିଷୟ । ଜେଡିଏସ ଦ୍ରୌପଦୀ ମୁର୍ମୁଙ୍କ ପୃଷ୍ଠଭୂମି ଏବଂ ତାଙ୍କ ସମ୍ପ୍ରଦାୟକୁ ଦୃଷ୍ଟିରେ ରଖି ସମର୍ଥନ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Share