Categories: ଜାତୀୟ

ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜେଇଇ ମେନ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମେ’ ସେସନକୁ ସ୍ଥଗିତ ରଖାଯାଇଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏପ୍ରିଲ ସେସନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫେବୃଆରୀ ଏବଂ ମାର୍ଚ୍ଚରେ ଜେଇଇ-ମେନ ପରୀକ୍ଷା ହୋଇଛି। ଗତ ଏପ୍ରିଲ ୨୭, ୨୮ ଏବଂ ୩୦ରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏବେ କରୋନା ପରିସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ିଥିବାରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

Share