ବୃହସ୍ପତି ଅଭିମୁଖେ ଜୁଇସ୍‌ ଅଭିଯାନ

ୟୁରୋପୀୟ ମହାକାଶ ସଂସ୍ଥା ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ବୃହସ୍ପତି ଓ ଏହାର ତିନୋଟି ବଡ଼ ବରଫ ଆଚ୍ଛାଦିତ ଉପଗ୍ରହର ବିଶଦ ଅଧ୍ୟୟନ ପାଇଁ ‘ଜୁଇସ୍‌’ ନାମକ ଗୋଟିଏ ମହାକାଶ ଯାନ ପଠାଇଛି। ଏହାକୁ ‘ଜୁଇସ ଅଭିଯାନ’ ନାମରେ ନାମିତ କରାଯାଇଛି। ଆମ ସୌରଜଗତରେ ବୃହସ୍ପତିର ଏକ ବିଶେଷ ସ୍ଥାନ ଅଛି। ଏହା ହେଉଛି ସୌଜଗତର ବୃହତ୍ତମ ଗ୍ରହ। ପୃଥିବୀଠାରୁ ୫.୨ ଜ୍ୟୋତିର୍ବିଦୀୟ ଏକକ ଦୂରତାରେ ଏହା ସୂର୍ଯ୍ୟକୁ ପରିକ୍ରମଣ କରୁଛି। ସୂର୍ଯ୍ୟ ଚାରିପଟେ ଥରେ ଘୂରି ଆସିବାକୁ ଏହା ୧୧.୮୬ ବର୍ଷ ନେଇଥାଏ। ଏହାର ବସ୍ତୁତ୍ୱ ହେଉଛି ପୃଥିବୀ ବସ୍ତୁତ୍ୱର ୩୧୮ ଗୁଣ। ଏହା ମୁଖ୍ୟତଃ ଗ୍ୟାସ୍‌କୁ ନେଇ ଗଠିତ। ଏଣୁ ଏହାକୁ ‘ଗ୍ୟାସୀୟ ଦାନବ ଗ୍ରହ’ ଭାବରେ ବର୍ଗୀକରଣ କରାଯାଇଛି।
ବୃହସ୍ପତିର ଏକ ଆଶ୍ଚର୍ଯ୍ୟ ହେଉଛି ଏହାର ଉପଗ୍ରହ ସଂଖ୍ୟା। ଏପର୍ଯ୍ୟନ୍ତ ଏହି ଗ୍ରହର ୯୨ଟି ଉପଗ୍ରହ ଆବିଷ୍କୃତ ହୋଇଛି। ଏଥିମଧ୍ୟରୁ ୭୬ଟି ଉପଗ୍ରହର ବ୍ୟାସ ୧୦ କିମିରୁ କମ୍‌ ଏବଂ ଏଗୁଡ଼ିକ ମହାକାଶ ଅଭିଯାନ ଦ୍ୱାରା ୧୯୭୫ ମସିହା ପରେ ଆବିଷ୍କୃତ ହୋଇଛି। ଏହାର ଚାରୋଟି ବଡ଼ ଉପ୍ରଗହ (ଆଇଓ, ୟୁରୋପା, ଗାନିମିଡ ଏବଂ କାଲିଷ୍ଟୋ)କୁ ଇଟାଲୀର ବୈଜ୍ଞାନିକ ଗାଲିଲିଓ ୧୬୧୦ ମସିହାରେ ଆବିଷ୍କାର କରିଥିଲେ। ଏଣୁ ଏହି ଉପଗ୍ରହଗୁଡ଼ିକୁ ‘ଗାଲିଲୀୟ ଉପଗ୍ରହ’ କୁହାଯାଏ। ଆମ ଚନ୍ଦ୍ର ବ୍ୟତୀତ ଅନ୍ୟ ଉପଗ୍ରହ ଆବିଷ୍କାର ହେବାରେ ଏହା ପ୍ରଥମ ଗ୍ରହ ଥିଲା। ଏଥିରୁ ଗାଲିଲିଓ ସୌରକେନ୍ଦ୍ରିକ ମତବାଦକୁ ଦୃଢ଼ୀଭୂତ କରିଥିଲେ। ଏହା ପୂର୍ବରୁ ପ୍ରଚଳିତ ଭୂକେନ୍ଦ୍ରୀୟ ମତବାଦ ଅନୁଯାୟୀ ପୃଥିବୀକୁ ବିଶ୍ୱର କେନ୍ଦ୍ର ମନେ କରାଯାଉଥିଲା ଏବଂ ଅନ୍ୟ ସମସ୍ତ ଗ୍ରହ, ଉପଗ୍ରହ ଏବଂ ସୂର୍ଯ୍ୟ ଏହା ଚାରିପଟେ ପରିକ୍ରମଣ କରୁଥିବା ବିଶ୍ୱାସ କରାଯାଉଥିଲା। କିନ୍ତୁ ଗାଲିଲିଓ ଏହି ଉପଗ୍ରହଗୁଡ଼ିକୁ ଆବିଷ୍କାର କରି ପ୍ରମାଣ କଲେ ଯେ ଅନ୍ୟ ଗ୍ରହ ଚାରିପଟେ ମଧ୍ୟ ଉପଗ୍ରହ ପରିକ୍ରମଣ କରୁଛି। ଆଜିକୁ ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେ ଏହି ଚାରୋଟି ଉପଗ୍ରହ ବୃହସ୍ପତି ସହିତ ଏକ ସମୟରେ ସୃଷ୍ଟି ହୋଇଥିଲା। ଅନ୍ୟ ଉପଗ୍ରହଗୁଡ଼ିକୁ ବୃହସ୍ପତି ନିଜର ପ୍ରବଳ ମାଧ୍ୟାକର୍ଷଣ ବଳ ସାହାଯ୍ୟରେ ପ୍ରଗ୍ରହଣ କରିଛି।
ଜୁଇସ୍‌ ମହାକାଶ ଯାନ ବୃହସ୍ପତି ସମେତ ଏହାର ତିନି ଉପଗ୍ରହ ଗାନିମିଡ, କାଲିଷ୍ଟୋ ଓ ୟୁରୋପାକୁ ଅଧ୍ୟୟନ କରିବ। ପୂର୍ବରୁ ବୃହସ୍ପତି ନିକଟକୁ ସାତଟି ମହାକାଶଯାନ ଯାଇସାରିଛି। କିନ୍ତୁ କେବଳ ବୃହସ୍ପତି ଓ ଏହାର ଉପଗ୍ରହଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ଦୁଇଟି ଯାନ ଯାଇଛି। ଗୋଟିଏ ହେଉଛି ଗାଲିଲିଓ ଯାନ, ଯାହା ବୃହସ୍ପତି କକ୍ଷରେ ରହି ଏହାକୁ ୧୯୯୫ ରୁ ୨୦୦୩ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲା। ଅନ୍ୟଟି ହେଉଛି ଜୁନୋ ଯାନ ଏବଂ ଏହା ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ବୃହସ୍ପତିକୁ ପରିକ୍ରମଣ କରୁଛି।
ବୃହସ୍ପତିର ଏହି ତିନୋଟି ବରଫୀୟ ଉପଗ୍ରହ ବୈଜ୍ଞାନିକମାନଙ୍କୁ ଆକର୍ଷଣ କରିବାର ଏକ ବିଶେଷ କାରଣ ଅଛି। ହବଲ୍‌ ଏବଂ ଗାଲିଲିଓ ଅଭିଯାନରୁ ଜଣାପଡ଼ିଛି ଯେ ଏହି ତିନୋଟି ଉପଗ୍ରହର ବରଫ ପୃଷ୍ଠ ତଳେ ତରଳ ଜଳର ମହାସମୁଦ୍ର ଅଛି ଏବଂ ସେଠାରେ ଜୀବଜଗତ ଗଢ଼ି ଉଠିବାର ସମ୍ଭାବନା ଅଛି। ତରଳ ଜଳ ହେଉଛି ଜୀବନର ଆଧାର ଏବଂ ଫଳରେ ଭୂମିତଳ ସମୁଦ୍ରରେ ଅଣୁଜୀବ ଥାଇପାରନ୍ତି ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି।
ଜୁଇସ୍‌ ଯାନ ଫ୍ରେଞ୍ଚ ଗୁଏନାରେ ଥିବା ମହାକାଶ ଘାଟିରୁ ଏରିଆନେ-୫ ରକେଟ୍‌ ଦ୍ୱାରା ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି। ଏହାର ଶୁଷ୍କ ଓଜନ (ଇନ୍ଧନ ବିନା) ହେଉଛି ୨୪୨୦ କିଗ୍ରା ଏବଂ ଇନ୍ଧନ ସହ ଓଜନ ହେଉଛି ୪୮୦୦ କିଗ୍ରା। ଏଥିରେ ଥିବା ୮୫ ବର୍ଗମିଟର ସୌରଫଳକରୁ ୮୫୦ ଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହେବ। ବିଭିନ୍ନ ପ୍ରକାର ତଥ୍ୟ ଆହରଣ ପାଇଁ ଏଥିରେ ଦଶଟି ଯନ୍ତ୍ରପାତି ଖଞ୍ଜାଯାଇଛି। ଜୁଇସ୍‌ ଯାନ ୨୦୩୧ ମସିହା ଜୁଲାଇରେ ବୃହସ୍ପତି କକ୍ଷରେ ପହଞ୍ଚତ୍ ଏହାକୁ ପରିକ୍ରମଣ କରିବ। ଏହା ବୃହସ୍ପତିର ରସାୟନ, ସଂରଚନା, ପାଗ, ଜଳବାୟୁକୁ ଅଧ୍ୟୟନ କରିବ। ଏହା ବୃହସ୍ପତି ଓ ଏହାର ଗ୍ରହଗୁଡ଼ିକ ଚାରିପଟେ ୩୫ ଥର ପରିକ୍ରମଣ କରିବ। ଏହା କାଲିଷ୍ଟୋ ନିକଟ ଦେଇ ୨୧ ଥର ଯିବ ଏବଂ ନିକଟତମ ଦୂରତା ୨୦୦ କିମି ହେବ। ଏହା ମଧ୍ୟ ୟୁରୋପା ନିକଟ ଦେଇ ଦୁଇ ଥର ଯିବ। ହବଲ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ୟୁରୋପାର ପୃଷ୍ଠରେ ଉଷ୍ଣପ୍ରସ୍ରବଣ ନିର୍ଗତ ହେଉଥିବାର ପର୍ଯ୍ୟବେକ୍ଷଣ କରିଥିଲା। ଜୁଇସ୍‌ରେ ଥିବା ଅତିବାଇଗଣି ବର୍ଣ୍ଣବୀକ୍ଷକ ଯନ୍ତ୍ର ସାହାଯ୍ୟରେ ସେଠାରେ ଜଳକଣାକୁ ଚିହ୍ନଟ କରିବା ପାଇଁ ଯୋଜନା କରାଯାଇଛି।
ଜୁଇସ୍‌ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଗାନିମିଡ୍‌। ଏହା ହେଉଛି ସୌରଜଗତର ବୃହତ୍ତମ ଉପଗ୍ରହ ଏବଂ ଏପରିକି ଏହା ହେଉଛି ବୁଧ ଓ ପ୍ଲୁଟୋଠାରୁ ବଡ଼। ନିଜର ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିବାରେ ଏହା ହେଉଛି ଏକମାତ୍ର ଉପଗ୍ରହ। ଜୁଇସ୍‌ ଏହାର ଘୂର୍ଣ୍ଣନ, ମାଧ୍ୟାକର୍ଷଣ, ଆକୃତି, ଆଭ୍ୟନ୍ତରୀଣ ଗଠନ, ଚୁମ୍ବକୀୟ କ୍ଷେତ୍ର ଓ ଉପାଦାନକୁ ଅଧ୍ୟୟନ କରିବ। ଏହି ଯାନରେ ଥିବା ରାଡାର ସାହାଯ୍ୟରେ ଏହା ଉପଗ୍ରହର ବରଫ ତ୍ୱକ୍‌ର ୯ କିମି ଗଭୀର ପର୍ଯ୍ୟନ୍ତ ଅଧ୍ୟୟନ କରିବ। ଜୁଇସ୍‌ ୨୦୩୪ ମସିହା ଡିସେମ୍ବରରେ ଗାନିମିଡ କକ୍ଷରେ ପ୍ରବେଶ କରିବ। ଏହା ପ୍ରଥମେ ଉଲିପଟିକାଲ (ଉପବୃତ୍ତୀୟ) କକ୍ଷରେ ଗାନିମିଡକୁ ପ୍ରାୟ ୫୦୦୦ କିମି ଦୂରରେ ପରିକ୍ରମଣ କରିବ। ଗାନିମିଡ କକ୍ଷରେ ପ୍ରାୟ ଏକ ବର୍ଷ ପରିକ୍ରମଣ କରିବା ପରେ ୨୦୩୫ ମସିହା ଶେଷଆଡ଼କୁ ଏହାର ଇନ୍ଧନ ଶେଷ ହୋଇଯିବ ଏବଂ ଏହା କକ୍ଷଚ୍ୟୁତ ହୋଇ ଗାନିମିଡ ପୃଷ୍ଠରେ ସଂଘାତ କରିବ।
ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ‘ନାସା’ ମଧ୍ୟ ବୃହସ୍ପତି ନିକଟକୁ ‘ୟୁରୋପା କ୍ଲିପର’ ଅଭିଯାନ ଏହିବର୍ଷ ଅକ୍ଟୋବରରେ ପଠାଇବ ବୋଲି ସ୍ଥିର କରିଛି ଏବଂ ଜୁଇସ୍‌ ସହିତ ପ୍ରାୟ ଏକା ସମୟରେ ଏହା ବୃହସ୍ପତି ନିକଟରେ ପହଞ୍ଚତ୍ବ। ୟୁରୋପାକୁ ଅଧ୍ୟୟନ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ଚାଇନା ମଧ୍ୟ ବୃହସ୍ପତିର ଉପଗ୍ରହଗୁଡ଼ିକର ଅଧ୍ୟୟନ ପାଇଁ ଗୋଟିଏ ଅଭିଯାନ ଶୀଘ୍ର ପଠାଇବା ପାଇଁ ସ୍ଥିର କରିଛି। କାଲିଷ୍ଟୋକୁ ପରିକ୍ରମଣ କରିବା ପାଇଁ ଗୋଟିଏ ଯାନ ପଠାଇବା ସହିତ ଏହା ପୃଷ୍ଠରେ ଅବତରଣ କରିବା ପାଇଁ ଗୋଟିଏ ପ୍ରୋବ୍‌ ଏହା ପଠାଇବ। ଏହିସବୁ ଅଭିଯାନରୁ ବୃହସ୍ପତିର ତିନି ଜଳୀୟ ଉପଗ୍ରହଗୁଡ଼ିକ ସମ୍ବନ୍ଧରେ ଆମେମାନେ ବିଶେଷ ତଥ୍ୟ ଜାଣିପାରିବା ଏବଂ ବିଶେଷ ଭାବେ ଏଠାରେ ଅଣୁଜୀବର ସ୍ଥିତି ନେଇ ଆମର ସନ୍ଦେହ ଦୂର ହେବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri