ଆତଙ୍କ ଖେଳାଇଲେ ଝାଡ଼ଖଣ୍ଡୀ ହାତୀ

ରାଇବଣିଆ/ଜଳେଶ୍ୱର,୯।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍‌ ଶ୍ୟାମନଗର ପଞ୍ଚାୟତରେ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ସୀମା ପଟୁ ୩୦ରୁ ଊଦ୍ଧର୍‌ବ ଝାଡ଼ଖଣ୍ଡୀ ହାତୀ ପଶି ପାଖପାଖି ୧୦୦ ଏକରରୁ ଊଦ୍ଧର୍‌ବ ଧାନ ଚାଷ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି। ରାଇବଣିଆ ଫରେଷ୍ଟ ରେଞ୍ଜ ଅଧିକାରୀମାନେ ହାତୀ ଘଉଡ଼ାଇବା ପରିବର୍ତ୍ତେ ବାଣ ନାହିଁ କହି ଚୁପ୍‌ ରହିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ବନ ବିଭାଗ କର୍ମଚାରୀ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ହାତୀକୁ ଘଉଡ଼ାଇବା ପାଇଁ ସକ୍ଷମ ହୋଇଥିଲେ। ସୁବଳ ମହାନ୍ତ, ଶରତ ସାସମଲ୍‌, ଗିରିଜା ଶଙ୍କର ସାସମଲ୍‌, ହରିଶ ଚନ୍ଦ୍ର ସାମଲ, ଶୀତଳ ସାସମଲ୍‌, ମେଘନାଥ ମହାନ୍ତ, ତପନ ମହାନ୍ତ, ସୁରେନ୍ଦ୍ର ମହାନ୍ତ, କ୍ଷିତୀଶ ମହାନ୍ତ, ହରିଶ୍‌ ଚନ୍ଦ୍ର ସାସମଲ୍‌, ମହେନ୍ଦ୍ର ମହାନ୍ତ, ଦନାର୍ଦ୍ଦନ ମହାନ୍ତ ପ୍ରମୁଖ ଚାଷୀଙ୍କ କ୍ଷତି ଘଟିଥିବା ଅଭିଯୋଗ ହୋଇଛି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି।