Categories: ବାଣିଜ୍ୟ

ଜିଓ ବୁକ୍‌ ଉନ୍ମୋଚିତ

ଭୁବନେଶ୍ୱର,୧।୮: ରିଲାଏନ୍ସ ରିଟେଲ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ଜିଓ ବୁକ୍‌ ସୋମବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏହା ସମସ୍ତ ବୟସ ବର୍ଗର ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶେଷ କରି ଏହି ଷ୍ଟାଇଲିସ୍‌ ଲର୍ନିଂ ବୁକ୍‌ ଉନ୍ନତ ଜିଓ ଓଏସ୍‌ ଅପରେଟିଂ ସିଷ୍ଟମ୍‌ ସହିତ ସଦାସର୍ବଦା ସଂଯୁକ୍ତ ରହିଛି, ପ୍ରତ୍ୟେକଙ୍କ ଶିକ୍ଷଣୀୟ ଅନୁଭୂତିକୁ ବଦଳାଇବାରେ ଜିଓ ବୁକ ପ୍ରତିଶ୍ରୁତି ଦେଉଛି। ସେହିଭଳି ଅନଲାଇନ୍‌ ପାଠପଢ଼ାରେ ଭାଗ ନେବାଠାରୁ ଆରମ୍ଭ କରି କୋଡ୍‌ ଶିକ୍ଷା ଗ୍ରହଣ କରିବା କିମ୍ବା ଏକ ଯୋଗ ଷ୍ଟୁଡିଓର ଶୁଭାରମ୍ଭ କରିବା ଭଳି ନୂତନ ସଂସ୍ଥା ଆରମ୍ଭ କରିବାର ଅନ୍ବେଷଣ କିମ୍ବା ଅନଲାଇନ ଟ୍ରେଡିଂ କ୍ଷେତ୍ରରେ ପ୍ରବେଶ କରିବା ଆଦି ପର୍ଯ୍ୟନ୍ତ ଜିଓବୁକ୍‌ ସମସ୍ତ ଶିକ୍ଷଣୀୟ ଉଦ୍ୟମ ପାଇଁ ଉଲ୍ଲେଖନୀୟ ପ୍ଲାଟଫର୍ମ ପ୍ରଦାନ କରିବ। ଏ ସମ୍ପର୍କରେ ରିଲାଏନ୍ସ ରିଟେଲର ପ୍ରବକ୍ତା କହିଛନ୍ତି, ଏଭଳି ଏକ ଅଭିନବ ଉତ୍ପାଦର ଶୁଭାରମ୍ଭ କରିବାକୁ ଆମେ ସମର୍ପିତ, ଯାହା ଶିକ୍ଷଣୀୟ ଯାତ୍ରାରେ ଲୋକମାନଙ୍କୁ ସଶକ୍ତ କରିବ। ୨୦୨୩ ଅଗଷ୍ଟ ୫ରୁ ଜିଓ ବୁକ୍‌ ବଜାରରେ ଉପଲବ୍ଧ ହେବ। ଗ୍ରାହକମାନେ ରିଲାଏନ୍ସ ଡିଜିଟାଲ୍‌ର ଅନଲାଇନ୍‌ ଓ ଅଫ୍‌ଲାଇନ୍‌ ଷ୍ଟୋର୍‌ କିମ୍ବା ଆମାଜନ୍‌ ଡଟ୍‌ ଇନ୍‌ରୁ ଜିଓବୁକ୍‌କୁ ମାତ୍ର ୧୬,୪୯୯ ଟଙ୍କାରେ କିଣିପାରିବେ।

Share