ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝରର ଜେଏମ୍‌ଏମ୍‌ ନେତା

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): ଆଗାମୀ ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ଦେବ। ଏନେଇ ଜିଲାର ଜେଏମ୍‌ଏମ୍‌ କର୍ମକର୍ତ୍ତାଙ୍କ ଏକ ଟିମ୍‌ ଝାଡ଼ଖଣ୍ଡ ଯାଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଆଗକୁ କିଭଳି କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ମୋକ୍ତି ମୋର୍ଚ୍ଚାର ସଂଗଠନ ମଜଭୁତ ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପରାମର୍ଶ ଦେଇ ତୃଣମୂଳ ସଂଗଠନକୁ ସୁଦୃଢ କରିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ସୌଜନ୍ୟ ମୂଳକ ସାକ୍ଷାତକାରରେ ଜେଏମ୍‌ଏମ୍‌ ନେତା ତଥା ଘଷିପୁରା ପୂର୍ବତନ ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ, ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦା, ସୁରଜ କୁମାର ମହାପାତ୍ର, ଚିତ୍ତରଞ୍ଜନ ମହାନ୍ତ, ସରୋଜ କୁମାର ପ୍ରଧାନ, କୁଳମଣି, ଗଙ୍ଗାଧର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Share